Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଗତି ମହିଳା ସଂଗଠନ ଓ ଆଇନ ସେବା ପ୍ରାଧିକରଣ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପ୍ରଗତି ମହିଳା ସଂଗଠନ ଓ ଆଇନ ସେବା ପ୍ରାଧିକରଣ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ପାରଳାଖେମୁଣ୍ଡି:୯/୩(ଗରୁଡ଼ ଧ୍ଵଜ ଚୌଧୁରୀ) ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଗଜପତି ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଜପତି ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇସାରିଛି। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଏବଂ ଦୌରl ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଜପତିର ଅଧ୍ୟକ୍ଷ ଜଗଦିଶ ପ୍ରସାଦ ମହାନ୍ତି , ବିଶିଷ୍ଟ ଅତିଥି ରେଜିଷ୍ଟର ସିଭିଲ କୋର୍ଟ ପ୍ରସନ୍ନ କୁମାର ବେହେରା, ସିଭିଲ୍ ଜର୍ଜ ମହିଳା କୋର୍ଟ ରଶ୍ମିତା ସାହୁ, ଏସ୍ ଡି ଜେ ଏମ ବିଷ୍ଣୁ ପ୍ରିୟା ସାମନ୍ତରାୟ ଯୋଗ ଦେଇ ଆଇନ ଅନୁଯାୟୀ ନାରୀ ମାନଙ୍କ ସୁରକ୍ଷା ସହ ଅର୍ଥନୈତିକ, ସାମାଜିକ, ପ୍ରଭୃତିରେ ତାର ବିକାଶ ପାଇଁ ସର୍ବଦା ସବୁସମୟରେ ସଚେତନତା ସୃଷ୍ଟି କରିବା ଜରୁରୀ କହିଥିଲେ। ଅଧ୍ୟକ୍ଷ ଡାକ୍ତର ମୁର୍ମୁ, ମମତା ଜେନା, ସରସ୍ଵତୀ ନାୟକ, ଡ. ଭାରତୀ ପାଣିଗ୍ରାହୀ, ଇଁ ମଧୁସ୍ମିତା ଦାସ, ସମ୍ପାଦିକା ତନୁଜା ଶତପଥୀ, ସଭାପତି ଲୋକନାଥ ମିଶ୍ର, ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା, ମଞ୍ଚାସୀନ ଥିଲେ । ଏହି ଅବସରରେ ବହୁମଖି ପ୍ରତିଭା ଧାରୀ ବର୍ଷୀୟାନ ମହିଳା କମଳିନୀ ପଟ୍ଟନାୟକଙ୍କୁ ଶ୍ରେଷ୍ଟ ବରଣ୍ୟ ନାରୀ ଭାବେ ମାନପତ୍ର ଓ ଉପଢ଼ୌକନ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସ୍ଵାଗତ ସମ୍ଭାଷଣ ଶୁଭଶ୍ରୀ ଭୁକ୍ତା, ପରିଚୟ ପ୍ରଦାନ ସ୍ନେହା ବେହେରା ଏବଂ ପାୟଲ ପାତ୍ର ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଟିମ ଦ୍ୱାରା ବାଲ୍ୟ ବିବାହ ହେବାକୁ ଯାଉଥିବା ଯୁବତୀ ଉଦ୍ଧାର ପାରଳାଖେମୁଣ୍ଡି:୨୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ଯେ, ଗଜପତି ଜିଲ୍ଲା ଗୋଶାଣି ବ୍ଲକର ଗାରବନ୍ଧ ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ଯାଉଅଛି, ଏହି ଖବର ପାଇବା ପରେ ତତକ୍ଷଣାତ ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ, ଏବଂ ଏହାପରେ ସଙ୍ଗେ ସଙ୍ଗେ ଏକ ଦଳ ଗଠନ କରାଯାଇଥିଲା, ଯେଉଁଥିରେ ଗୋଶାଣି ବ୍ଲକ ର ଆସିଡିଏସର ସୁପରଭାଜର, ଡିସିପିୟୁ ର ପରାମର୍ଶଦାତା ,ଚାଇଲ୍ଡ ହେଲ୍ପ ଲାଇନର ସୁପରଭାଇଜର, ସଖୀ କେନ୍ଦ୍ରର ସଦସ୍ୟା, ଆଭା NGOର ସଦସ୍ୟା , ଗାରାବନ୍ଧ ଥାନାର IIC ମିଳିତ ଭାବରେ ଉକ୍ତ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଥିବା ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ବୁଝାଇଥିଲେ ଏବଂ ଝିଅଟିର ବୟସ ୧୫ ବର୍ଷ ୫ ମାସ ହୋଇଥିବାରୁ ଝିଅକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରିଥିଲେ ଏବଂ ଶିଶୁ କଲ୍ୟାଣ ସମିତିର ଆଦେଶକ୍ରମେ ଶିଶୁଟିକୁ ଅଧିକ ପରାମର୍ଶସେବା ଯୋଗାଇ ଦେବା ନିମନ୍ତେ ସକ୍ଷୀ one stop centre କୁ ପଠାଯାଇଥିଲା । ଶିଶୁଟିର ଉଜ୍ଜଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁକୁ ପାଠ ପଢାଇବେ ଏବଂ ବୟସ ନହେବା ପର୍ଯ୍ୟନ୍ତ ଶିଶୁର ବିବାହ କରିବେ ନାହିଁ ବୋଲି ଲିଖିତ ଭାବେ ଦରଖାସ୍ତ ଦେଇଥିଲେ । ପୁଣି ଆଗାମୀ ଦିନରେ ଶିଶୁଟିର ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧକାରିଣୀ ଅଧିକାରିଣୀ ଝିଅଟିକୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଜଣାପଢ଼ିଛି.।