Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଟୋର ସାହାଯ୍ୟ ଆମକୁ ଅବଶ୍ୟକ ନାହିଁ: ଡୋନାଲ୍ଡ ଟ୍ରମ୍ପ

ଆମେରିକା,୧୮|୩: ନାଟୋ ଦେଶଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ତୀବ୍ର ରୂପ ନେଉଛି | ଯୁଦ୍ଧର ପ୍ରଭାବ ବିଶେଷ କରି ଏବେ ଇନ୍ଧନ ଗ୍ୟାସ ଉପରେ ପଡିଛି | ଏହା ବିଶ୍ୱରେ ଅସ୍ଥିରତା ମଧ୍ୟ ସୃଷ୍ଟି କରିଛି | ଯୁଦ୍ଧ ସମୟରେ ଆମେରିକାକୁ ହର୍ମୁଜ ପ୍ରଣାଳୀ ସୁରକ୍ଷିତ କରିବାରେ ସାହାଯ୍ୟ ନକରିବାକୁ ନେଇ ରାଗରେ ଜରଜର ଟ୍ରମ୍ପ । ସହଯୋଗ ନକରିବାକୁ ନେଇ ନାଟୋ ସଦସ୍ୟମାନେ ଗୁରୁତର ଭୁଲ୍ କରିଥିବା କହିଛନ୍ତି ଟ୍ରମ୍ପ । ଯୁଦ୍ଧ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥରେ ବାଣିଜ୍ୟ କାରବାରରେ ସମସ୍ୟା ହେବାରୁ ତେଲ ମୂଲ୍ୟରେ ମାତ୍ରାଧିକ ବୃଦ୍ଧି ହୋଇଛି | ନାଟୋ ସଦସ୍ୟ ଦେଶ ହର୍ମଜକୁ ଯୁଦ୍ଧଜାହାଜ ନପଠାଇବାକୁ ନେଇ ନିଷ୍ପତ୍ତି ପରେ ଟ୍ରମ୍ପ କହିଛନ୍ତି, ଆମେରିକାର ମିତ୍ରମାନଙ୍କଠାରୁ କୌଣସି ସାହାଯ୍ୟ ଆବଶ୍ୟକ ନାହିଁ ।

ଟ୍ରମ୍ପ କହିଛନ୍ତି ଯେ, ଅଧିକାଂଶ ନାଟୋ ଦେଶମାନେ ତାଙ୍କୁ ଜଣାଇଛନ୍ତି ଯେ, ସେମାନେ ଏହି ଯୁଦ୍ଧରେ ସାମିଲ ହେବାକୁ ଚାହୁଁନାହାନ୍ତି, ଯାହାକୁ ଅନେକେ ଅବୈଧ ଯୁଦ୍ଧ ଭାବେ ଦେଖୁଛନ୍ତି । ତେବେ ମଙ୍ଗଳବାର ଓଭାଲ୍ ଅଫିସ୍‌ରେ ଟ୍ରମ୍ପ ଜିଦ୍ ଧରି କହିଛନ୍ତି ଯେ “ଆମକୁ ନାଟୋଠାରୁ କୌଣସି ସାହାଯ୍ୟ ଦରକାର ନାହିଁ କିନ୍ତୁ ସେମାନେ ନିଜ ଆଡ଼ୁ ସହଯୋଗ କରିବା ଉଚିତ୍ ଥିଲା ।

ଦିନକୁ ଦିନ ଭୟଙ୍କର ରୂପ ନେଉଛି ଇରାନ-ଇସ୍ରାଏଲ, ଆମେରିକା ଯୁଦ୍ଧ । ଯୁଦ୍ଧକୁ ୧୮ ଦିନ ବିତିଯାଇଥିବା ସତ୍ତ୍ୱେ ଆକ୍ରମଣ କମିବାର ନାଁ ଧରୁନି । ଇରାନ ଇସ୍ରାଏଲ, କୁଏତ୍ ଏବଂ ସାଉଦି ଆରବ ଆକ୍ରମଣ ଜାରି ରହିଛି | ଘନ ଘନ ମିସାଇଲ ଓ ଡ୍ରୋନ ମାଡ଼ କରିଛି ଇରାନ ସେନା । ସେପଟେ ୬ଟି ଡ୍ରୋନକୁ ଖସାଇବାର ସାଉଦି ଏୟାର ଡିଫେନ୍ସ ସିଷ୍ଟମ ସଫଳ ହୋଇଛି । ଇରାନ କରିଥିବା ଅଧିକାଂଶ ହମଲାକୁ ତିନି ଦେଶର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଦେଇଛି । ଏହାସହିତ ବାଗଦାଦରେ ଯୁକ୍ତରାଷ୍ଟ୍ର ଦୂତାବାସ ଉପରେ ଡ୍ରୋନ୍ ଆକ୍ରମଣ କରିଛି ଇରାନ ସାମରିକ ବାହିନୀ । ସୂଚନା ଅନୁସାରେ , ତେହରାନର ମିସାଇଲ୍ ଆକ୍ରମଣରେ ଇସ୍ରାଏଲରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲର ମିସାଇଲ ଆକ୍ରମଣରେ ଇରାନର ସୁରକ୍ଷା ମୁଖ୍ୟ ଲାରିଜାନିଙ୍କ ମୃତ୍ୟୁ ଘଟିଛି |

ହର୍ମୁଜ ପ୍ରଣାଳୀ ନିକଟରେ ଇରାନର ମିସାଇଲ ସାଇଟ ଉପରେ ଆକ୍ରମଣ କରିଛି ଆମେରିକା । ୫୦ ହଜାର ପାଉଣ୍ଡର ଏକାଧିକ ବଙ୍କର ବ୍ଲଷ୍ଟର ମିସାଇଲ ଆମରିକା ମାଡ଼ କରିଛି ବୋଲି ସୂଚନା ମିଳିଛି । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ଦେଶଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ହର୍ମୁଜ ପ୍ରଣାଳୀ ସୁରକ୍ଷିତ କରିବାରେ ସାହାଯ୍ୟ ନକରିବାକୁ ନେଇ ରାଗରେ ଜରଜର ଟ୍ରମ୍ପ । ସହଯୋଗ ନକରିବାକୁ ନେଇ ନାଟୋ ସଦସ୍ୟମାନେ ସଂଗୀନ ଭୁଲ କରିଛନ୍ତି ବୋଲି କହିଛନ୍ତି ଟ୍ରମ୍ପ । ଯୁଦ୍ଧ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥରେ ସମସ୍ୟା ଉପୁଜିବାରୁ ତେଲ ମୂଲ୍ୟରେ ବଢିଛି ।

ନାଟୋ ସଦସ୍ୟ ଦେଶ ହର୍ମଜକୁ ଯୁଦ୍ଧଜାହାଜ ନ ପଠାଇବାର ନିଷ୍ପତ୍ତି ନେଇଛନ୍ତି | ଏହି ନିଷ୍ପତ୍ତି ପରେ ଖପ୍ପା ହୋଇଛନ୍ତି ଟ୍ରମ୍ପ। ଟ୍ରମ୍ପ କହିଛନ୍ତି, “ଆମେରିକାର ମିତ୍ରମାନଙ୍କଠାରୁ କୌଣସି ସାହାଯ୍ୟ ଆବଶ୍ୟକ ନାହିଁ । ଯଦି ନାଟୋ ଦେଶ ସେମାନେ ଏହି ଯୁଦ୍ଧରେ ସାମିଲ ହେବାକୁ ଚାହୁଁନାହାନ୍ତି । ତେବେ ଆମକୁ ନାଟୋଠାରୁ କୌଣସି ସାହାଯ୍ୟ ଦରକାର ନାହିଁ । କିନ୍ତୁ ନାଟୋ ଦେଶମାନେ ସହଯୋଗ କରିବା ଉଚିତ୍ ଥିଲା ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ