Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ବିଧାୟକ କ୍ରସ ଭୋଟିଂ ପରେ ଗଜପତି କଂଗ୍ରେସ ପ୍ରେମୀଙ୍କ ଠାରେ ତୀବ୍ର ଅସନ୍ତୋଷ ଓ ପ୍ରତିବାଦ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଶପୁତ୍ତଳିକା ଦାହ

ପାରଳାଖେମୁଣ୍ଡି:୨୧/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ। ଯାହା ଫଳରେ ପ୍ରଦେଶ କଂଗ୍ରେସ ପକ୍ଷରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏହି ପରିପେକ୍ଷୀରେ ଗଜପତି ଜିଲ୍ଲାରେ କଂଗ୍ରେସ ପ୍ରେମୀଙ୍କ ଠାରେ ଗଭୀର ଉଦବେଗ ପ୍ରକାଶ ପାଇବା ସହ ମୋହନା ଓ ରାୟଗଡା ଆଦି ଅଞ୍ଚଳରେ ବିଧାୟକ ଦାଶରଥିଙ୍କ କୁଶ ପୁତ୍ତଳିକାକୁ ଦାହ କରାଯାଇଥିଲା. କଂଗ୍ରେସର ଦୁର୍ଗ ଭାବେ ପରିଚିତ ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନରେ କଂଗ୍ରେସ ଦଳର ଯେପରି କୌଣସି କ୍ଷୟକ୍ଷତି ନ ଘଟେ ସେଥିପାଇଁ ପର୍ଯ୍ୟବେକ୍ଷକ ଭାବେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଳକର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ମାଝୀ ମୋହନାରେ ପହଞ୍ଚି ଜିଲ୍ଲା ଓ ବ୍ଲକରେ ନୂତନ କର୍ମକର୍ତ୍ତା ଚୟନ ପାଇଁ ବୈଠକ ଅନୁଷ୍ଠିତ କରିଥିଲେ। ବୈଠକରେ ବ୍ଲକର ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ କିଭଳି ଭାବେ ଗଜପତି ଜିଲ୍ଲାରେ କଂଗ୍ରେସ ଦୃଢ଼ ସଙ୍ଗଠନ କରିବା ସହିତ ଦଳକୁ ମଜବୁତ କରିବ ତାହା ଉପରେ ଆଲୋଚନା କରାଯାଇଥିଲା। ଏମିତି କି ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବିଧାୟକ ଦାଶରଥି ଗମାଙ୍ଗଙ୍କ କୁଶପୁତ୍ତଳିକା ଦାହ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା। ମୋହନା ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ସମ୍ମୁଖ ଜାତୀୟ ରାଜପଥ ପାର୍ଶ୍ଵରେ ବ୍ଲକର ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନଙ୍କ ଉପସ୍ଥିତିରେ ବିଧାୟକ ଦାଶରଥି ଗମାଙ୍ଗଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ