Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଶାଲତା ପାଣିଗ୍ରାହୀଙ୍କ ଓଡ଼ିଆ ସାହିତ୍ୟର ସ୍ୱରୋଦୟ ପୁସ୍ତକ ଲୋକାର୍ପିତ

ଆଶାଲତା ପାଣିଗ୍ରାହୀଙ୍କ ଓଡ଼ିଆ ସାହିତ୍ୟର ସ୍ୱରୋଦୟ ପୁସ୍ତକ ଲୋକାର୍ପିତ
ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ଵଜ ଚୌଧୁରୀ)
ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ କକ୍ଷଠାରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ତରଫରୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ଆଶାଲତା ପାଣିଗ୍ରାହୀଙ୍କ ଲିଖିତ “ଓଡ଼ିଆ ସାହିତ୍ୟର ସ୍ୱରୋଦୟ” ପୁସ୍ତକ ଲୋକାର୍ପିତ ବୋଇଲେ। ଏହି ଭବ୍ୟ ସମାରୋହରେ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ଯ ଅତିଥି, ନରେନ୍ଦ୍ରପୁର ମହାବିଦ୍ୟାଳୟର ଅଧ୍ଯକ୍ଷ ଡ. ହ୍ରୁଷିକେଷ ପଣ୍ଡା ମୁଖ୍ଯ ବକ୍ତା ତଥା ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ଯ ଡ. ବିପ୍ଳବରଂଜନ ପ୍ରଧାନ ଓ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ର ଯଥାକ୍ରମେ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।ମୁଖ୍ୟ ବକ୍ତା ନିଜ ବକ୍ତବ୍ଯରେ ଲେଖିକାଙ୍କ ସୁନ୍ଦର ପ୍ରୟାସକୁ ତାରିଫ କରିଥିଲେ। ୩୮ ଅଧ୍ୟାୟ ବିଶିଷ୍ଟ ଏହି ପୁସ୍ତକେର ରୀତି ଯୁଗରୁ ଆଧୁନିକ ଯୁଗର ଓଡିଆ ସାହିତ୍ୟର ସୁନ୍ଦର ଅନୁଶୀଳନ କରାଯାଇଛି। ସରଳ ଓ ସାବଲୀଳ ଲେଖା ନିଶ୍ଚିତ ଭାବେ ପାଠକ/ପାଠିକା ମାନଂକ ଭିତରେ ଆଗ୍ରହ ସ୍ରୁଷ୍ଟି କରିବ। ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ମାନେ ଏହି ପୁସ୍ତକର ପ୍ରତ୍ୟେକ ଦ୍ରୁଷ୍ଟିକୋଣର ନିଜ ଅନୁଧ୍ଯାନ ସଂପର୍କରେ ବୁଝାଇଥିଲେ।ଏହି ଅବସରରେ କବି କେଶରୀ ନବକିଶୋର ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା।ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବବିତା ପୁରୋହିତ ଅତିଥି ମାନଂକ ପରିଚୟ ପ୍ରଦାନ କରିଥିଲେ। ଅମୂଲ୍ଯ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଓ ତ୍ରିପତି ପ୍ରସାଦ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ। ଲେଖିକାଙ୍କ ଦୁଇ ପୁତ୍ର ଅକ୍ଷୟ ଓ ଅମ୍ରିତ ତଥା ଦୁଇ ବୋହୁ ସରିତା ଓ ସ୍ଵାତୀଂକ ସହ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories