ଝଡ଼ରେ ଭାଙ୍ଗିଦେଲା ଚାଷୀଙ୍କ ସ୍ବପ୍ନ…
ଏକ ହୃଦୟବିଦାରକ ଦୃଶ୍ୟ ଏବେ ଭାଇରାଲ ହେଉଛି । ଯେଉଁଠି ଜଣେ ଚାଷୀ ନିଜ ଜମିର ଫସଲର କ୍ଷତି ଦେଖି ଆଉ ଧୈର୍ଯ୍ୟ ଧରି ରହି ପାରୁନାହାନ୍ତି। ଅଥୟ ହୋଇ ପଡିଛନ୍ତି ସେ । ଯେଉଁ ଜମି କେବେ ଆଶାରେ ଭରିପୂର୍ଣ ଥିଲା, ସେହି ଜମି କିଛି ମିନିଟ୍ରେ ଛାରଖାର ହୋଇଗଲା । ମାସ ମାସ ଧରି କରାଯାଇଥିବା ପରିଶ୍ରମ, ଓ ଆଶା ଏକ ଝଟକାରେ ଭାଙ୍ଗିଯାଇଥିବାରୁ ଚାଷୀଙ୍କ ଯନ୍ତ୍ରଣା ସମସ୍ତଙ୍କୁ ଭାବୁକ କରିଦେଇଛି । ଏହି ଘଟଣା ପୁଣିଥରେ ଦେଖାଇଦେଇଛି ଯେ, ପ୍ରକୃତିର ଅପ୍ରତ୍ୟାଶିତ ରୂପ କେମିତି ଗରିବ ଚାଷୀଙ୍କ ଜୀବିକାକୁ ଏକ ମୁହୂର୍ତ୍ତରେ ଭାଙ୍ଗି ଦେଇପାରେ ।
ଫସଲ ନଷ୍ଟ ହୋଇଯାଇଥିବା ଦେଖି ଚାଷୀ ଭାଙ୍ଗିପଡ଼ି କାନ୍ଦୁଥିବା ଦୃଶ୍ୟ ଏବେ ଲୋକଙ୍କ ହୃଦୟକୁ ଛୁଇଁଉଛି । ଏହା କେବଳ ଗୋଟିଏ ଜମୀର କାହାଣୀ ନୁହେଁ, ବରଂ ହଜାର ହଜାର ଚାଷୀଙ୍କ ନିରବ ସଂଘର୍ଷର ଛବି । ଗୋଟିଏ ଝଡ଼, ଗୋଟିଏ ପବନ କିମ୍ବା ଗୋଟିଏ ବର୍ଷା କେବେ କେବେ ଜୀବନର ସମସ୍ତ ପରିଶ୍ରମକୁ ମିନିଟ୍ରେ ଛଡେଇନିଏ । ବର୍ତ୍ତମାନ ଏହି ଦୃଶ୍ୟ କେଉଁ ସ୍ଥାନ ର ତାହା ଅସ୍ପଷ୍ଟ ରହିଛି ।

