Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ଯବହାର ସମ୍ପର୍କିତ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୪/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ଯବହାର ସମ୍ପର୍କିତ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଶୁଭ ଉଦଘାଟନ ହୋଇଯାଇଛି। ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କି ପରି ଓଡ଼ିଆ ଭାଷାର ବ୍ଯବହାର କରାଯାଇ ପାରିବ ସେହି ସମ୍ପର୍କରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରଯୁକ୍ତ ସିଦ୍ଧାର୍ଥ ଶଙ୍କର ପାଢ଼ୀ,ଓଡ଼ିଆ ଭାଷା ବିଶେଷଜ୍ଞ ଭୁବନେଶ୍ୱର ଡକ୍ଟର ରବିନାରାୟଣ ପଣ୍ଡା,ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ଓଡ଼ିଆ ବିଭାଗ, ଉତ୍କଳ ବିଶ୍ବବିଦ୍ୟାଳୟ,ବାଣୀବିହାର, ଭୁବନେଶ୍ୱର, ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ,ବିଭାଗୀୟ ମୁଖ୍ୟ,ଓଡ଼ିଆ ବିଭାଗ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପାରଳାଖେମୁଣ୍ଡି,ଓ ସ୍ଥାନୀୟ ସାହିତ୍ୟକର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଉକ୍ତ ପ୍ରଶିକ୍ଷଣ ଶିବିରରେ ଓଡ଼ିଆ ଭାଷାରେ କାର୍ଯ୍ୟାଳୟର ପତ୍ର ବିନିମୟ ଓ ଯୋଗାଯୋଗ କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ଯବହାର ସମସ୍ୟା ଓ ସମାଧାନ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ/ଚିଠା ଓ ଆଦେଶନାମା ଅନୁବାଦ ଇତ୍ଯାଦି। ସେହିପରି ଓଡ଼ିଆ ଭାଷାରେ ସରକାରୀ ଦସ୍ତାବିଜ୍, ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରୋତ୍ସାହନ , ଶବ୍ଦ ଭଣ୍ଡାର ବ୍ୟବହାରିକ ରୂପ, ବାକ୍ୟ ଗଠନ ଓ ଚିହ୍ନ ପ୍ରୟୋଗ, ଓଡ଼ିଅ ଲିଖନ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ, ପ୍ରଶାସନିକ ଶବ୍ଦ ନିରୂପଣ, ବନାନ ଅଶୁଦ୍ଧି ନିରାକରଣ ଓ ଓଡ଼ିଆରେ ନଥି ପ୍ରସ୍ତୁତି, କମ୍ପ୍ୟୁଟରରେ ଓଡିଆ ଟାଇପିଙ୍ଗ ପ୍ରସ୍ତୁତି ଓ ସରକାରୀ କାର୍ଯ୍ୟ ସମ୍ପାଦନା ଏଵଂ ପାୱାର ପଏଣ୍ଟ ଉପସ୍ଥାପନ ଇତ୍ଯାଦି ବିଷୟରେ ଦୁଇ ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯିବା ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ମନୋଜ ଲିମ୍ମା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories