Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୩ ବର୍ଷର ଯନ୍ତ୍ରଣାରୁ ମିଳିଲା ମୁକ୍ତି: ଦକ୍ଷିଣ ଦିଲ୍ଲୀର ଗ୍ରୀନ୍ ପାର୍କ ଅଞ୍ଚଳରେ ଆଜି ହରିଶଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ, ୨୫|୩ : ଦୀର୍ଘ ଦିନରୁ ଯନ୍ତ୍ରଣାରେ ପୀଡିତ ହୋଇ ଶେଷରେ ସବୁଦିନ ପାଇଁ ଆଖି ବୁଜିଲେ ହରିଶ ରାଣା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୩୨ ବର୍ଷୀୟ ହରିଶ ସବୁ ଦିନ ପାଇଁ ଆଖି ବୁଜି ଛନ୍ତି । ସୁପ୍ରୀମକୋର୍ଟରୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମିଳିଥିଲା | ଆଜି ଦକ୍ଷିଣ ଦିଲ୍ଲୀର ଗ୍ରୀନ୍ ପାର୍କ ଅଞ୍ଚଳରେ ତାଙ୍କର ଶେଷକୃତ୍ୟ କରାଯିବ। ତାଙ୍କ ପିତା ଅଶୋକ ରାଣାଙ୍କ ଘନିଷ୍ଠ ବନ୍ଧୁ ଦୀପାଂଶୁ ମିତ୍ତଲ ଏ ବାବଦରେ ସୂଚନା ଦେଇଛନ୍ତି। ତେବେ ଭାରତର ପ୍ରଥମ ବ୍ୟକ୍ତି ଭାବେ ହରିଶଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏହି ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମିଳିଛି | ଦୀର୍ଘ ୧୩ ବର୍ଷ ଧରି କୋମା​‌ରେ ରହିବା ପରେ ଶେଷରେ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି ହରିଶ। କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ମେଡିକାଲ ବୋର୍ଡର ତତ୍ୱାବଧାନରେ ହରିଶଙ୍କ ଶରୀରରୁ ଜୀବନ ରକ୍ଷାକାରୀ ପ୍ରଣାଳୀ ଧୀରେ ଧୀରେ କରି କଢାଯାଇଥିଲା। ପୁଅର ଅସହ୍ୟ କଷ୍ଟ ଦେଖିବା ପରେ ଶେଷରେ ମା ବାପା କୋର୍ଟଙ୍କ ଦ୍ଵାରସ୍ଥ ହୋଇ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିଲେ। ଆଉ ଗତକାଲି ହରିଶ ସବୁ କଷ୍ଟ ଯନ୍ତ୍ରଣାର ମୁକ୍ତି ପାଇଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ