ବାଦଶାହଙ୍କ ସିକ୍ରେଟ୍ ବିବାହ!
ରାପର-ସିଙ୍ଗର ବାଦଶାହଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ଚାଲିଛି । ଭାଇରାଲ ହେଉଥିବା କିଛି ଫଟୋରେ ସେ ତାଙ୍କ ଗର୍ଲଫ୍ରେଣ୍ଡ ଇଶା ରିକହିଙ୍କ ସହ ବିବାହ ପୋଷାକରେ ଦେଖାଯାଉଛନ୍ତି, ଯାହା ଦେଖି ଲୋକେ କହୁଛନ୍ତି ଯେ ସେ ଗୁପ୍ତଭାବେ ବିବାହ କରିଛନ୍ତି । ଫଟୋରେ ଇଶା ଲାଲ ବ୍ରାଇଡାଲ ଡ୍ରେସ୍ରେ ଏବଂ ବାଦଶାହ ଟ୍ରାଡିସନାଲ ଲୁକ୍ରେ ଦେଖାଯାଉଛନ୍ତି । ଦୁହେଁ ଗଳାରେ ଜୟମାଳା ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହି ଫଟୋ କିମ୍ବା ଭିଡିଓ ଦୁହେଁଙ୍କର ଅଫିସିଆଲ ଇନ୍ସଟାଗ୍ରାମ ଆକାଉଣ୍ଟରେ ନଥିବାରୁ ବିବାହ ସତ କି ଭୁଲ୍ ସେଥିପାଇଁ ଏବେ ବି ସସ୍ପେନ୍ସ ରହିଛି ।

