ସୁଧୁରିନି ଇଣ୍ଡିଗୋ ଏୟାରଲାଇନ୍ସ ବିମାନରେ ସମସ୍ୟା; ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ କଲା ଜରୁରୀ ଅବତରଣ
ନୂଆଦିଲ୍ଲୀ, ୨୮|୩ : ଇଣ୍ଡିଗୋ ଏୟାରଲାଇନ୍ସ ରେ ବାରମ୍ବାର ଦେଖା ଦେଉଛି ସମସ୍ୟା | ନିକଟରେ ଭୁବନେଶ୍ୱରରେ ଇଣ୍ଡିଗୋ ଏୟାରଲାଇନ୍ସ ର ଏକ ବିମାନକୁ ନେଇ ସମସ୍ୟା ଦେଖା ଯାଇଥିଲା | ଆଉ ଆଜି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସ ର ଏକ ବିମାନର ଯାନ୍ତ୍ରିକ ତ୍ରୁଟି ଗତ ସମସ୍ୟା ଦେଖାଦେଇଛି | ଆଜି ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ଜରୁରୀ ଅବତରଣ କରାଯାଇଛି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ବିମାନଟି ସୁରକ୍ଷିତ ଭାବରେ ଅବତରଣ ହୋଇଛି ଏବଂ ଏଥିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନାନୁଯାୟୀ, ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନକୁ ଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଲା। ଅବତରଣ କରିବା ସମୟରେ ରନୱେରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିଲା ଏବଂ ସମସ୍ତ ଜରୁରୀକାଳୀନ ସେବାକୁ ପ୍ରସ୍ତୁତ କରି ରଖାଯାଇଥିଲା। ତେବେ ବିମାନଟି ବିମାନବନ୍ଦରରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ଅବତରଣ କରିଛି। ଯାଞ୍ଚ ପରେ ବିମାନରେ ଇଞ୍ଜିନ ଫେଲ ଭଳି ସମସ୍ୟା ଦେଖାଦେଇଥିବା ଜଣାପଡିଛି |

