Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇପିଏଲ ଖେଳି ପାରିବେନି ମହେନ୍ଦ୍ର ସିଂ ଧ୍ୱନି ! ଫ୍ୟାନ୍ସଙ୍କୁ ଲାଗିଛି ଝଟକା

ନୂଆଦିଲ୍ଲୀ, ୨୮|୩: ଆଇପିଏଲ ପୂର୍ବରୁ କ୍ରିକେଟ ପ୍ରେମୀଙ୍କୁ ମିଳିଛି ବଡ ଝଟକା । ସିଏସକେ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏହି ଖବର । ଦେଖିବାକୁ ମିଳିବନି ହେଲିକପ୍ଟର ଶଟ୍ | ଏମଏସ ଧୋନୀଙ୍କୁ ନେଇ ଆଇପିଏଲ ୨୦୨୬ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇଛି | ଆଇପିଏଲର ପ୍ରଥମ ୨ ସପ୍ତାହ ପର୍ଯ୍ୟନ୍ତ ମ୍ୟାଚ୍‌ରୁ ବାହାରେ ରହିବେ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ | ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଏହା ନିଶ୍ଚିତ କରାଯାଇଛି । ସେ ବର୍ତ୍ତମାନ ‘କାଫ୍ ଷ୍ଟ୍ରେନ୍’ ସମସ୍ୟା ଦେଇ ଗତି କରୁଛନ୍ତି, ଯେଉଁଥିପାଇଁ ସେ ଆରମ୍ଭର ପ୍ରଥମ ଦୁଇ ସପ୍ତାହ ମୈଦାନରେ ଖେଳିବାରୁ ବଞ୍ଚିତ ରହିବେ | ଧୋନି ଦଳକୁ ଶୃଙ୍ଖଳିତ ଭାବେ ମୈଦାନରେ ଖେଳିବାରେ ଖେଳାଳି ମାନଙ୍କୁ ଏକ ସଠିକ ମାର୍ଗଦର୍ଶନ ଦେଇଥାନ୍ତି | ତାଙ୍କ କ୍ୟାପଟେନସିପରେ ଦଳ ବହୁବାର ବିଜୟୀ ହୋଇଛି | ତେବେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ତାଙ୍କ ଅନୁପସ୍ଥିତି ଟିମ୍‌ ପାଇଁ ଏକ ବଡ ଝଟକା । ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି | ସ୍ୱାସ୍ଥ୍ୟ ସୁଧୁରିଲେ ପୁଣି ମ୍ୟାଚକୁ ପୁନର୍ବାର ସେ ଅନନ୍ଦାଜରେ ଫେରିବେ ବୋଲି ଆଶା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ