Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ବିଶ୍ଵ ନାଟ୍ୟ ଦିବସ ଅବସରରେ ନାଟୁଆ ମେଳା ୨୦୨୬ ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ବିଶ୍ଵ ନାଟ୍ୟ ଦିବସ ଅବସରରେ ନାଟୁଆ ମେଳା ୨୦୨୬ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୯/୩(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ବ ନାଟ୍ୟ ଦିବସ ଅବସରରେ ନାଟୁଆ ମେଳା ଆୟୋଜିତ ହୋଇଯାଇଛି ।ପ୍ରଗତିଶୀଳ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ବିଜୟ କ୍ଲବ ପରିସରରେ ମଞ୍ଚ କଳାକାରଙ୍କ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ତରଙ୍ଗ ରଙ୍ଗ ଅନୁଷ୍ଠାନ ସଭାପତି ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥୂ ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ ପବ୍ଲିକପ୍ରସିକୁଟର ରାଜେଶ ମିଶ୍ର , ସମ୍ମାନୀତ ଅତିଥ୍‌ ଭାବେ କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଗୁରୁ ରଘୁନାଥ ପାତ୍ର ମଞ୍ଚାସିନ ଥିଲେ।
ମଞ୍ଚାସୀନ ଅତିଥୂ ମାନେ ଓଡ଼ିଆ ଭାଷାକୁ ତଥା ଓଡ଼ିଶାକୁ ପାରଳା ମାଟି ହିଁ ପ୍ରଥମ ରଙ୍ଗମଂଚ ଓ ପ୍ରଥମ ନାଟକ ଦେଇଛି, ରଘୁନାଥ ପରିଛା ହିଁ ପ୍ରଥମ ନାଟ୍ୟକାର ବୋଲି ବିଭିନ୍ନ ପୁସ୍ତକରେ ଲେଖା ହୋଇଛି ତେଣୁ ପାରଳାର ଏହି ଗୌରବକୁ କେହି କେବେ ଭ୍ରମିତ କରିପାରିବେ ନାହିଁ ବୋଲି ଏହି ମେଳରେ ମତ ଉପସ୍ଥାପନା କରାଯାଇଛି. କ୍ରମାଗତ ଭାବେ ପାରଳାର ନାଟ୍ୟ ପରମ୍ପରାକୁ କଳାକାରମାନେ ବଜାୟ ରଖ୍ ବିଭିନ୍ନ ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ବରରେ ନାଟକ ପ୍ରଦର୍ଶନ କରୁବାରୁ ଅତିଥିମାନେ କଳାକାର ମାନଙ୍କୁ ସାଧୁବାଦ ଜଣାଇ ଆଗମୀ ଦିନରେ ଜାତୀୟ ସ୍ତରରେ ଜିଲ୍ଲାକୁ ପ୍ରତିନିଧୂତ୍ବ କରିବାକୁ ଅନୁରୋଧ କରିଥିଲେ । ଦ୍ବୀତୀୟ ପର୍ଯ୍ୟାୟରେ ମଞ୍ଚ କଳାକାର ମାନଙ୍କ ମଧ୍ଯରେ ସାମାଜିକ ଗଣମାଧ୍ଯମରେ ଆଗମୀ ଦିନରେ ଓଡିଆ ନାଟକ ସ୍ଥିତି “ବିଷୟକୁ ନେଇ ଏକ ସୁନ୍ଦର ଆଲୋଚନା ହୋଇଥିଲା। ଏଥିରେ ବିଶିଷ୍ଟ ନାଟ୍ୟକର୍ମୀ ମନୋଜ ପାଢ଼ୀ, ଏମ.ପୃଥ‌ିବୀରାଜ ପ୍ରମୁଖ ନିଜ ମତ ଉପସ୍ଥାପନା କରିଥିଲେ I ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଂଚ ଅଭିନେତା ଆଦର୍ଶ ଦାସ ଚଳିତ ବର୍ଷର ବିଶ୍ବ ନାଟ୍ୟ ବାର୍ତ୍ତା ପାଠ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ.
ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ବାଳକୃଷ୍ଣ ପାଣିଗ୍ରାହୀ, ହରିହର ପଟ୍ଟନାୟକ ମାତଙ୍ଗିନୀ ଗୁରୁ କବିତା ପାଢ଼ୀ ସୁଜିତ୍ ପାଣିଗ୍ରାହୀ, ଅମୂଲ୍ୟ ପାଣିଗ୍ରାହୀ, ସତ୍ୟ ପଢିଆରି ପ୍ରମୁଖ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories