Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷୀନି ସମାଜ ସଭା ଗୃହରେ ଓଡ଼ିଶା ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷୀନି ସମାଜ ସଭା ଗୃହରେ ଓଡ଼ିଶା ଦିବସ ପାଳନ
ପାରଳାଖେମୁଣ୍ଡି:୨/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଓଡ଼ିଶାର ଗଜପତି ଶାଖା ଅନୁକୁଲ୍ୟରେ ଉତ୍କଳ ହିତୈଷୀନି ସମାଜ ସଭା ଗୃହଠାରେ ଓଡି଼ଶା ଦିବସ ପାଳନ ହୋଇଯାଇଛି | ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଭରତ ଭୂଷଣ ମହାନ୍ତି,ସଭାପତି,ଉତ୍କଳ ହିତୈଷୀନି ସମାଜ ନିଜର ଅଭିଭାଷଣରେ ଓଡ଼ିଆ ଜାତିର ପୂରୁବ ଗୌରବ ଓ ଗରିମାକୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ | ଏହି ମଞ୍ଚରେ ମୁଖ୍ୟବକ୍ତା ଭାବେ ଡ଼ କଲ୍ୟାଣୀ ମିଶ୍ର, ଅଧ୍ୟାପିକା, ମହିଳା ମହାବିଦ୍ୟାଳୟ ତଥା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଦକ୍ଷିଣ ସଂଭାଗ ମୁଖ୍ୟ ନିଜ ଅଭିଭାଷଣରେ ଓଡ଼ିଆ ଭାଷାର ଗୁରୁତ୍ୱ ଓ ଏହା ଦ୍ୱରା ଏକ ରାଜ୍ୟ ଗଠନର ମହତ୍ୱ ଗୁଡିକ ଉପରେ ବର୍ଣନା କରିବା ସହ ନିଜ ଭାଷା ଓ ଜାତି ପ୍ରତି ଯତ୍ନବାନ ହେବାକୁ ପ୍ରବର୍ତ୍ତାଇ ଥିଲେ | ଏହି ସଭାରେ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଅନୁଷ୍ଠାନର ଉପସଭାପତି ନିଜ ଅଭିଭାଷଣରେ ଓଡ଼ିଆ ଭାଷା ଏବଂ ଏହାର ସାହିତ୍ୟକୁ ଅଧିକ ପ୍ରଭାଶାଳୀ କରିବା ସହ ଏହାର ଅଧିକ ପ୍ରଚାର ପ୍ରସାରର ଆବଶ୍ୟକତା ଅଛି ବୋଲି ଦର୍ଶାଇଥିଲେ, ଏହି ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ପଟନାୟକ ନିଜର ସମ୍ପାଦକୀୟ ଅଭିଭାଷଣ ରଖିଥିବା ବେଳେ ଏହି ଅନୁଷ୍ଠାନର ସହ ସମ୍ପାଦକ ଡ଼ ଶଶୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଶ୍ରୀ ରାଜେନ୍ଦ୍ର ରଥ ସଂଯୋଜନା କରିଥିବା ବେଳେ ଶ୍ରୀମତୀ ସ୍ନିଗ୍ଧା ମିଶ୍ର,ଶ୍ରୀମତୀ ଡ଼ି. ପ୍ରିୟଙ୍କା, ଶ୍ରୀମତୀ ଅରୂପାଞ୍ଜଳି ମହାନ୍ତିଶ୍ରୀ ମୁରଲୀ ପରିଛା, ଶ୍ରୀ ମନୋଜ କୁମାର ପଣ୍ଡା ଓ ଶ୍ରୀ ଆର୍ତ୍ତତ୍ରାଣ ଚଇନି, ପ୍ରମୁଖ ପରିଚାଳନା କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories