ବହୁ ପ୍ରତିକ୍ଷୀତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପାଦ ଦେଶ ଦେଇ ଆରମ୍ଭ ହେଲା ପାରଳାଖେମୁଣ୍ଡି ଠାରୁ ପୁରୀ ବସ ସେବା
ବହୁ ପ୍ରତିକ୍ଷୀତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପାଦ ଦେଶ ଦେଇ ଆରମ୍ଭ ହେଲା ପାରଳାଖେମୁଣ୍ଡି ଠାରୁ ପୁରୀ ବସ ସେବା
ପାରଳାଖେମୁଣ୍ଡି:୨/୪(ଗରୁଡ ଧ୍ଵଜ ଚୌଧୁରୀ ଗୁ)ବହୁ ପ୍ରତିକ୍ଷୀତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପାଦ ଦେଶ ଦେଇ ଆରମ୍ଭ ହେଲା ପାରଳାଖେମୁଣ୍ଡି ଠାରୁ ପୁରୀ ବସ ସେବା. ଆଜି ବିଧାୟକ ରୁପେଶ ପାଣିଗ୍ରାହୀଙ୍କ ଦ୍ଵାରା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ଶ୍ରୀକ୍ଷେତ୍ର ପୁରୀକୁ ମହେନ୍ଦ୍ରଗିରି ପାଦ ଦେଶ ଦେଇ ଓସ୍ଆରଟିସି ବସ ସେବା ଶୁଭ ଆରମ୍ଭ ହୋଇଯାଇଛି, ପାରଳା ବିଧାୟକ ବାରମ୍ବାର ରାଜ୍ୟ ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଆଜି ମହେନ୍ଦ୍ରଗିରି ପାଦ ଦେଶ ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଏକ ନୂଆ ବସ ସେବା ଆରମ୍ଭ କରିଛନ୍ତି । ପୁରୀ ବସ ସେବା ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀ ବିଧାୟକ ରୁପେଶ ପାଣିଗ୍ରାହୀ, ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ୍ ଜଣାଇଛନ୍ତି । ଏହି ବସଟି ପ୍ରତେକ ଦିନ ପାରଳାଖେମୁଣ୍ଡି ସହର ଠାରୁ ସକାଳ ୭ ଘଣ୍ଟାରେ ବାହାରି ୮.୧୨ ଘଣ୍ଟା ସମୟରେ ମହେନ୍ଦ୍ରଗିରି ପାଦ ଦେଶ ଦେଇ ଯାତ୍ରା କରି ବ୍ରହ୍ମପୁର ଦେଇ ରାମେଶ୍ବର ଛକ ଦେଇ ଅପରାହ୍ନ ୪ ଟା ବେଳେ ପୁରୀ ପହଂଚିବ. ସେହିପରି ପ୍ରତେକ ଦିନ ପୁରୀ ଠାରୁ ସକାଳ ୭ ଘଣ୍ଟା ସମୟରେ ଏହି ବସଟି ବାହାରି ଅପରାହ୍ନ ୪ ଟା ବେଳେ ପାରଳାଖେମୁଣ୍ଡି ପହଂଚିବ. ଏହି ବସ ସେବା ଆରମ୍ଭ ହେବା ଦ୍ଵାରା ଜନସାଧାରଣ ଅତି ସୁବିଧାରେ ମହେନ୍ଦ୍ରଗିରି ଯାତ୍ରା କରିପାରିବେ. ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସିଧାସଳଖ ପୁରୀ ଯିବା ସହ ଏହି ବସ ସେବା ଦ୍ୱାରା ପ୍ରତେକ ଦିନ ବସ ଯାତ୍ରୀମାନେ ସମସ୍ତେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ସୁବିଧାରେ ଯିବା ଆସିବା କରିପାରିବ.

