କାଟ୍ରାଗଡା ପ୍ରକଳ୍ପ ଜଳ ବିବାଦ ଘନେଇଲା….. ଆନ୍ଧ୍ରରେ ଖୁସିର ଲହରୀ, ଓଡ଼ିଶାର ଗଜପତି ଜିଲ୍ଲାବାସୀ ଙ୍କ ମଧ୍ୟରେ ନିରାଶ
ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ) ପ୍ରସ୍ତାବିତ କାଟ୍ରାଗଡା ପ୍ରକଳ୍ପ ଜଳ ବିବାଦ ବର୍ତ୍ତମାନ ଘନେଇଲା. ଏହି ପ୍ରକଳ୍ପ ପାଇଁ ଆନ୍ଧ୍ରରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଓଡ଼ିଶାର ଗଜପତି ଜିଲ୍ଲାରେ ଉଦବେଗ ପ୍ରକାଶ ପାଇଛି. ଏଠାରେ ସୂଚନାଯୋଗ୍ୟଯେ, ବଂଶଧାରା ନଦୀ ଉପରେ ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପ କାଟ୍ରାଗଡା ଫେଜ-୨ ପ୍ରକଳ୍ପକୁ ନେଇ ଓଡିଶା ଓ ଅନ୍ଧ୍ରକୁ ନେଇ ଯେଉଁ ବିବାଦ ଲାଗି ରହିଥିଲା ବର୍ତ୍ତମାନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଧ୍ର ସପକ୍ଷରେ ରାୟ ଶୁଣାଇଥିବା ନେଇ ପଡୋଶୀ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ସାଂସଦ ରାମ ମୋହନ ନାଇଡୁ ଏକ ଭିଡିଓ ମାଧ୍ୟମରେ ସୋସିଏଲ ମିଡିଆରେ ଛାଡିଥିବା ଏବେ ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି।ଯାହାକୁ ନେଇ ଗଜପତି ଜିଲ୍ଲାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନୀତିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି।ଗତ ତିନି ଦଶନ୍ଧି ଧରି ଏହି ବିବାଦ ଲାଗି ରହିଥିବା ବେଳେ ଇତି ମଧ୍ୟରେ ତିନି ଥର ସୁପ୍ରିମକୋର୍ଟର ଟ୍ରିବ୍ୟୁନେଲ ଟିମ ଆସି କ୍ଷେତ ପରିଦର୍ଶନ କରିବା ସହ ଅନୁଧ୍ୟାନ କରି ଯାଇଛନ୍ତି।ତେବେ ଓଡିଶା ସରକାରଙ୍କ ତରଫରୁ ଚୁକ୍ତି ଦିଆଯାଇଥିଲା ଯଦି ଆନ୍ଧ୍ରର କାଟ୍ରାଗଡା ନିକଟରେ ବ୍ୟାରେଜ ନିର୍ମାଣ ହୁଏ ତେବେ ରାୟଗଡା ଜିଲ୍ଲାର ଗୁଣୁପୁର ସବ ଡିଭିଜନ ସହ କାଶୀନଗର ବ୍ଲକର ସାତ ଗୋଟି ଗ୍ରାମ ସମ୍ପୂର୍ଣ୍ଣ ରୂପେ ସ୍ଥାନାନ୍ତର କରିବାକୁ ପଡିବ।ସେପଟେ ତଳି ଅଞ୍ଚଳରେ ଥିବା କାଶୀନଗର ବ୍ଲକ ସଦର ମହକୁମା ଓ ଆଖପାଖ ସମସ୍ତ ଅଞ୍ଚଳ ରେ ସମ୍ପୂର୍ଣ୍ଣ ଜଳ ଅଭାବ ଦେଖାଯିବ।ଏଭଳି ସ୍ଥଳେ ସୁପ୍ରିମକୋର୍ଟ ଆନ୍ଧ୍ର ସପକ୍ଷରେ ରାୟ ଦେଇଥିବା ଏବଂ ଏହି ରାୟକୁ ନେଇ କେନ୍ଦ୍ର ସରକାରଙ୍କ ଜଣେ କେବିନେଟ ପାହ୍ୟା ମନ୍ତ୍ରୀ ରାମ ମୋହନ ନାଇଡୁ ଙ୍କ ସୋସିଏଲ ମିଡିଆରେ ଆସିଥିବା ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଏଭଳି ଭିଡିଓକୁ ନେଇ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହେଲାଣି।ତେବେ କେନ୍ଦ୍ର କାବେନେଟ ମନ୍ତ୍ରୀଙ୍କ କହିବା ପ୍ରକାରେ ବର୍ତ୍ତମାନ ସୁପ୍ରିମକୋର୍ଟ କାଟ୍ରାଗଡା ଫେଜ-୨ ବ୍ୟାରେଜ ନିର୍ମାଣ ଉପରେ ଆନ୍ଧ୍ର ସପକ୍ଷରେ ରାୟ ଦେଇଛନ୍ତି ଯାହାକୁ କେନ୍ଦ୍ର ଜଳ ଆୟୋଗ ମଧ୍ୟ ଗ୍ରୀନ ସିଗ୍ନାଲ ଦେଇ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ମିଳିଛି, ବ୍ୟାରେଜରେ ସଂଗୃହିତ ହେବାକୁ ଥିବା ୧୧୫ ଟିଏମ୍ସି ଜଳକୁ ୫୦ % ଜଳ ଆନ୍ଧ୍ର ବ୍ୟବହାର କରିବ ଓ ୫୦% ଜଳ ଓଡିଶାରେ ବିନିଯୋଗ ହେବ। ଏଭଳି ରାୟ ସୋସିଏଲ ମିଡିଆରେ ଚର୍ଚ୍ଚାର ସିରନାମା ପଲଟିଥିବା ବେଳେ ଆମେ ଜଳ ସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା ହେଲା ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ଜଳ ଆୟୋଗ କିମ୍ବା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତରଫରୁ ପ୍ରକାଶିତ ରାୟର କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ବିଭାଗ ପାଖରେ ହସ୍ତକ୍ଷେପ ହୋଇନଥିବା କହିଛନ୍ତି। ଆନ୍ଧ୍ରର ହିତ ପାଇଁ ନେରେଡି ବ୍ୟାରେଜ ସପକ୍ଷରେ ରାୟକୁ ଗଜପତିରେ ତୀବ୍ର ବିରୋଧ….୨୦୦୬ ମସିହାରୁବଂଶଧାରା ନଦୀରେ ନେରେଡି ବ୍ୟାରେଜ ନିର୍ମାଣ ସକାଶେ ଟ୍ରିବୁନାଲ ମାମଲା ରୁଜୁ ହୋଇଥିଲା। ରାୟ ଆନ୍ଧ୍ର ସରକାରଙ୍କ ସପକ୍ଷରେ ଆସିଥିବାରୁ ଏହାକୁ ଗଜପତି ଜିଲ୍ଲାରେ ତୀବ୍ର ବିରୋଧ କରାଯାଇଛି. ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ଅନ୍ତର୍ଗତ ବଂଶଧାରା ନଦୀତଟର ଖଣ୍ଡାବା ଓ ବୁଦୁରା ପଞ୍ଚାୟତର ବହୁ ଗ୍ରାମର ଗ୍ରାମବାସୀ ଟ୍ରିବ୍ୟୁନାଲ ରାୟକୁ ତୀବ୍ର ବିରୋଧ କରି ଏହି ବ୍ୟାରେଜ ନିର୍ମାଣ ହେବା ଫଳରେ ଏହି ଅଞ୍ଚଳରେ ବ୍ୟାପକ ଭାବେ ଧାନ ଜୀବନ ନଷ୍ଟ ହେବା ନିଶ୍ଚିତ ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଯଦି ଏହି ମାମଲାରେ ହସ୍ତକ୍ଷେପ କରି କିଛି ବିହୀତ ପଦକ୍ଷେପ ନ ନିଅନ୍ତେ ତା ହେଲେ ଜନ ଆନ୍ଦୋଳନ କରି ନିଜ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

