Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ପୋଲିସକୁ ପୁଣି ମିଳିଲା ବଡ଼ ସଫଳତାରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଜଙ୍ଗଲରେ ଲୁଚାଇ ରଖା ଯାଇଥିବା ୩ କୋଟି ଟଙ୍କାର ଗଞ୍ଜେଇ ଜବତ

ଗଜପତି ପୋଲିସକୁ ପୁଣି ମିଳିଲା ବଡ଼ ସଫଳତାରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଜଙ୍ଗଲରେ ଲୁଚାଇ ରଖା ଯାଇଥିବା ୩ କୋଟି ଟଙ୍କାର ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି:୮/୪(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ପୁଲିସକୁ ପୁଣି ମିଳିଛି ଅନ୍ୟ ଏକ ବଡ଼ ସଫଳତା । ଏହି ଜିଲ୍ଲାର ଅଡ଼ବା ଥାନା ପରିସରର କାରିଗିଜୁ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୨୮ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ। ଜବତ ଗଞ୍ଜେଇର ଆନୁମାନିକ ୩ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି. ରା.ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁଙ୍କ ନିର୍ଦେଶକ୍ରମେ ପୋଲିସ ଚଢାଉ କରି ଗଞ୍ଜେଇକୁ ଜବତ କରିଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ରାଇପଙ୍କା ପଞ୍ଚାୟତ କାରିଗିଜୁ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରିଥିଲେ. ରା.ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁଙ୍କ ନେତୃତ୍ୱରେ ଅଡ଼ବା ଓ ଆର. ଉଦୟଗିରି ପୋଲିସର ପୁଲିସ ଟିମ ଜଙ୍ଗଲରେ ଚଢ଼ାଉ କରି ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା ଗଞ୍ଜେଇକୁ ଜବତ କରିଥିଲେ ୧୧୨ ଗୋଟି ପ୍ଲାଷ୍ଟିକ ଜରି ବ୍ୟାଗରେ ଏହି ଗଞ୍ଜେଇ ଗୁଡିକ ରହିଥିଲା. ଜବତ ପରେ ଓଜନ କରାଯିବାରେ ୨୮ କ୍ଵିଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ରହିଥିବା ଜଣାଯାଇଛି. ଘଟଣା ନେଇ ଅଡବା ଥାନା କେଶ ନଂ ୭୦ ରେ ଏନଡିପିଏସ ଆଇନ ଅନୁଯାୟୀ ମକଦ୍ଦ୍ୱମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆର. ଉଦୟଗିରି ଏସଡିପିଓ ରାକେଶ ସାହୁ ସୂଚନା ପ୍ରଦାନ କରିଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories