Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି। ପୌର ପରିଷଦ ବାର୍ଷିକ ଆର୍ଥିକ ଅଧିବେଶନ ଓ କାଉନସିଲିଂ ବୈଠକ ରେ ଯୋଗଦେଲେ ବିଧାୟକ ରୂପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି:୧୦/୪(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରା ପରିଷଦ ସାଧାରଣ ବୈଠକ ତଥା ବାର୍ଷିକ ଆର୍ଥିକ ଅଧିବେଶନ ଅଧ୍ୟକ୍ଷା ନିର୍ମଳା ସେଠୀ ଙ୍କ ନେତୃତ୍ଵ ରେ ଅନୁଷ୍ଟିତ ହୋଇଯାଇଛି । ସର୍ବ ପୁରାତନ ପୌର ପରିଷଦ ପାରଳା ସହର , ଯେତିକି ବିକାଶ ହେବା କଥା ସେଇ ପରିମାଣ ରେ ହୋଇନାହିଁ , ସେନେଇ ବିଧାୟକ ରୁପେଶ ପାଣିଗ୍ରାହୀ ସମସ୍ତ ସଭ୍ୟସଭ୍ୟା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରିଥିଲେ କି ସମସ୍ତ ଉନ୍ନତମାନ କାର୍ଯ୍ୟ କରିବା ପାଇଁ । ମୁଖ୍ୟତଃ ରାସ୍ତା, ନାଳ, ପିଇବା ପାଣି, ସ୍ବାସ୍ଥ୍ୟ ଉପରେ ଆଲଚନା ହୋଇଥିଲା , ବିଗତ ବୈଠକ ର ବିବରଣୀ ପାଠ କରିବା ସହ ୨୦୨୫ ମସିହା ର ଆର୍ଥିକ ବିବରଣୀ ଉପସ୍ଥାପନା କରାଯାଇଥିଲା ।ଏଇ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର ଉପାଧ୍ୟକ୍ଷ ଲେଙ୍କା ମଧୁ, ସାଂସଦ ପ୍ରତିନିଧି ଆଦର୍ଶ ଦାସ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l କାଉନସିଲର ବାବୁନା ବେହେରା, ବଣ୍ଟି ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories