Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ବ୍ଲକ କେ.ସୀତାପୁର ବେଆଇନ ଭାବରେ ବାଲି ଚୋରା ଚାଲାଣ ବେଳେ ଟ୍ରାକ୍ଟର ଜବତ ୫୧ ହଜାର ଟଙ୍କା ଜରିମାନା

କାଶପାରଳାଖେମୁଣ୍ଡି:୨୫/୪(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଖଣି ବିଭାଗ ତରଫରୁ ବେଆଇନ ଭାବେ ଚୋରା ବାଲି ଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ଖଣି ବିଭାଗ ଦ୍ୱାରା ଜବତ କରାଯାଇଛି. ବେଆଇନ କାରବାର ଯୋଗୁଁ ଟ୍ରାକ୍ଟରକୁ ୫୧ ହଜାର ଟଙ୍କା ଜରିମାନା ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର କାଶୀନଗର ବ୍ଲକ ଅଞ୍ଚଳର କେ. ସୀତାପୁର ଗ୍ରାମରେ ବେଆଇନ ଭାବେ ବାଲି। ଚାଲାଣ ହେଉଥିବା ଖବର ପାଇ ଖଣି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା | ଚଢାଉ ବେଳେ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରାଯାଇଥିଲା I ଚାଳକ ଜଣକ ବାଲି। ଚାଲାଣ ନେଇ ଆବଶ୍ୟକୀୟ କାଗଜପତ୍ର ଦେଖାଇ ନ ପାରିବାରୁ ଖଣି ବିଭାଗ ଟ୍ରାକ୍ଟରକୁ ୫୧ ହଜାର ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ. ଟ୍ରାକ୍ଟର ମାଲିକ ଜରିମାନା ନ ଭରି ଥିବାରୁ ଟ୍ରାକ୍ଟରଟିକୁ ଜବତ କରାଯାଇ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଖଣି ବିଭାଗ ଅଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ଅଟକ ରଖା ଯାଇଛି ବୋଲି ଜିଲ୍ଲା ଖଣି ବିଭାଗ ଅଧିକାରୀ ଦିପେନ କୁମାର ପରିଡା ସୂଚନା ଦେଇଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories