Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସି ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ,ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ସଭାପତି ଜିଲ୍ଲାପରିଷଦ ଶ୍ରୀ ଜି.ତିରୁପତି ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ କାମଦେବ ବଡ଼ନାୟକ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ବଲବନ୍ତ ସିଂହ,ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିଦ୍ରା ହୋନନାଗା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ.ନାଗା ରାଜୁ ପ୍ରମୁଖ ଉପସ୍ଥିତିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି , ମହିଳା ଓ ଶିଶୁ ବିକାଶ ଓ ପର୍ଯ୍ୟଟନ ବିଭାଗର ବିଭିନ୍ନ ବିଷୟକୁନେଇ ସମୀକ୍ଷା କରାଯାଇଥିଲା। ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା କାମ ଗୁଡ଼ିକୁ ତୁରନ୍ତ ସାରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି। ସେହିପରି ଜିଲ୍ଲାର ବହୁତ ଗୁଡ଼ିଏ ଜଳ ପ୍ରପାତ ରହିଅଛି, ସେହି ଗୁଡ଼ିକୁ ଚିହ୍ନଟ କରି କିପରି ବିକାଶ ହୋଇପାରିବ ସେନେଇ ବନଖଣ୍ଡ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯାଇଛି। ମହେନ୍ଦ୍ରଗିରି ପର୍ବତକୁ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ଆକର୍ଷଣୀୟ କରିବାକୁ ନିଷ୍ପତି ନିଆଯାଇଛି। ସେହିପରି ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ରୁ ଅଧିକ ବିକାଶ କରିବା ପାଇଁ ଆଲୋଚନା କରାଯାଇଛି। ମିଶନ ଶକ୍ତିର ମହିଳା ମାନଙ୍କୁ ଲକ୍ଷେ ପତି ଦିଦିଙ୍କ ସଂଖ୍ୟା ବୃଦ୍ଧି କରିବା ଓ ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ଏକ ରାଷ୍ଟ୍ର ଏକ ଜିନିଷ ବାଭେ ବିକ୍ରିବଟା କରିବାର ଲକ୍ଷ୍ୟ ରହିଛି । ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାରେ ମିଶନ ଶକ୍ତି ବଜାର କରିବା ନିମନ୍ତେ ଜାଗା ଚିହ୍ନଟ କରାଯିବ ଓ ମିଶନ ଶକ୍ତି ମହିଳାଙ୍କ ଉତ୍ପାଦିତ ଦ୍ରବ୍ୟକୁ ବଡ଼ ବଜାରରେ କିପରି ବିକ୍ରି ବଟା କରାଯାଇ ପାରିବ ସେନେଇ ବିଭାଗୀୟ ମାନଙ୍କ ସହିତ ଆଲୋଚନା କରାଯାଇଥିଲା। ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ସ୍ଥାନୀୟବି.ଏନ୍.ରାଜପ୍ରାସାଦ ପରିଦର୍ଶନ କରି ଜିଲ୍ଲାର ଜୀବନ ରେଖା ବି.ଏନ୍.ରାଜପ୍ରାସାଦ କୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ଚେଷ୍ଟିତ ଜାରି ରହିଛି ବୋଲି କହିଥିଲେ। ଆଜିର ଏହି ସମୀକ୍ଷା ବୈଠକରେ ଗୋସାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଏନ୍. ବୀରରାଜୁ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା,, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ,ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ମିଶନ ଶକ୍ତି ବିଭାଗର ସମସ୍ତ କର୍ମଚାରୀ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories