Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରଗଞ୍ଜେଇ ମାଫିଆଙ୍କ ଘାତକ ସାଜିଥିବା ଯୁବ ଆଇପିଏସ୍‌ ରାକେଶ କୁମାର ସାହୁ ପାଇବେ ସମ୍ମାନଜନକ ’ଡିସ୍‌ ଆୱାର୍ଡ’ ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ

ପାରଳାଖେମୁଣ୍ଡି:୩୦/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଆଦିବାସୀ ବହୁଳ ଗଜପତି ଜିଲାରେ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଛନ୍ତି ଯୁବ ଆଇପିଏସ ଅଧିକାରୀ ରାକେଶ କୁମାର ସାହୁ। ଜିଲାରେ ବଢ଼ିଚାଲିଥିବା ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଓ ଚାଷକୁ ରୋକିବା ଦିଗରେ ତାଙ୍କର ଦୃଢ଼ ପଦକ୍ଷେପ ପାଇଁ ସେ ଏବେ ଚର୍ଚ୍ଚାରେ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ତାଙ୍କୁ ସମ୍ମାନଜନକ ’ଡିସ୍‌ ଆୱାର୍ଡ’ ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ କରିଛନ୍ତି। ରା.ଉଦୟଗିରି ଏସଡିପିଓ ଭାବେ କାର୍ଯ୍ୟରତ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଗଜପତି ପୋଲିସ ନିଶା କାରବାର ବିରୋଧରେ ବଡ଼ ବିଜୟ ହାସଲ କରିଛି।ସୂଚନା ଅନୁଯାୟୀ, ଅଡ଼ବା ଥାନା ଅଞ୍ଚଳରୁ ୧୧ କ୍ୱିଣ୍ଟାଲ ୪୯୧ କିଲୋଗଞ୍ଜେଇ,ରା.ଉଦୟଗିରି ଥାନା ଅଞ୍ଚଳର ୫ କ୍ୱିଣ୍ଟାଲ ୭୫୮ କିଲୋ ଗଞ୍ଜେଇ ଜବତ ହୋଇଛି। ମାତ୍ର କିଛି ଦିନ ମଧ୍ୟରେ ୧୭ କ୍ୱିଣ୍ଟାଲ ୨୪୯ କିଲୋ ଗଞ୍ଜେଇ ଜବତ କରି ପୋଲିସ ଏକ ରେକର୍ଡ ସୃଷ୍ଟି କରିଛି।ଗଜପତି ଜିଲାରେ ନିରୀହ ଆଦିବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାହାର ରାଜ୍ୟର ମାଫିଆମାନେ ଗଞ୍ଜେଇ ଚାଷରେ ନିୟୋଜିତ କରୁଥିଲେ। ପ୍ରଶାସନର ବାରମ୍ବାର ସଚେତନତା ସତ୍ତ୍ୱେ ଏହି କାରବାର ଥମିବାର ନାଁ ନେଉନଥିଲା। ଏହି ସମୟରେ ଶ୍ରୀ ସାହୁ କଡ଼ା ଆଭିମୁଖ୍ୟ ଗ୍ରହଣ କରି ମାଫିଆଙ୍କ ନେଟୱର୍କକୁ ଧ୍ୱଂସ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ତାଙ୍କର ଏହି ନିଶା ବିରୋଧୀ ଅଭିଯାନ ଯୋଗୁଁ ତାଙ୍କୁ ’ନିଶା ମୁକ୍ତ ଓଡ଼ିଶା ଅଭିଯାନ’ର ଗଜପତି ଜିଲା ସାରଥୀ ଭାବେ ଅଭିହିତ କରାଯାଇଛି।ଜଣେ କର୍ତ୍ତବ୍ୟନିଷ୍ଠ ଯୁବ ଅଧିକାରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ବାତାବରଣ ଦେଖାଦେଇଛି। ତାଙ୍କର ଏହି ସଫଳତା ଆଗାମୀ ଦିନରେ ଜିଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଦିଗରେ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଉତ୍ସାହିତ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଟିମ ଦ୍ୱାରା ବାଲ୍ୟ ବିବାହ ହେବାକୁ ଯାଉଥିବା ଯୁବତୀ ଉଦ୍ଧାର ପାରଳାଖେମୁଣ୍ଡି:୨୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ଯେ, ଗଜପତି ଜିଲ୍ଲା ଗୋଶାଣି ବ୍ଲକର ଗାରବନ୍ଧ ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ଯାଉଅଛି, ଏହି ଖବର ପାଇବା ପରେ ତତକ୍ଷଣାତ ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ, ଏବଂ ଏହାପରେ ସଙ୍ଗେ ସଙ୍ଗେ ଏକ ଦଳ ଗଠନ କରାଯାଇଥିଲା, ଯେଉଁଥିରେ ଗୋଶାଣି ବ୍ଲକ ର ଆସିଡିଏସର ସୁପରଭାଜର, ଡିସିପିୟୁ ର ପରାମର୍ଶଦାତା ,ଚାଇଲ୍ଡ ହେଲ୍ପ ଲାଇନର ସୁପରଭାଇଜର, ସଖୀ କେନ୍ଦ୍ରର ସଦସ୍ୟା, ଆଭା NGOର ସଦସ୍ୟା , ଗାରାବନ୍ଧ ଥାନାର IIC ମିଳିତ ଭାବରେ ଉକ୍ତ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଥିବା ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ବୁଝାଇଥିଲେ ଏବଂ ଝିଅଟିର ବୟସ ୧୫ ବର୍ଷ ୫ ମାସ ହୋଇଥିବାରୁ ଝିଅକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରିଥିଲେ ଏବଂ ଶିଶୁ କଲ୍ୟାଣ ସମିତିର ଆଦେଶକ୍ରମେ ଶିଶୁଟିକୁ ଅଧିକ ପରାମର୍ଶସେବା ଯୋଗାଇ ଦେବା ନିମନ୍ତେ ସକ୍ଷୀ one stop centre କୁ ପଠାଯାଇଥିଲା । ଶିଶୁଟିର ଉଜ୍ଜଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁକୁ ପାଠ ପଢାଇବେ ଏବଂ ବୟସ ନହେବା ପର୍ଯ୍ୟନ୍ତ ଶିଶୁର ବିବାହ କରିବେ ନାହିଁ ବୋଲି ଲିଖିତ ଭାବେ ଦରଖାସ୍ତ ଦେଇଥିଲେ । ପୁଣି ଆଗାମୀ ଦିନରେ ଶିଶୁଟିର ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧକାରିଣୀ ଅଧିକାରିଣୀ ଝିଅଟିକୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଜଣାପଢ଼ିଛି.।