ଜୁନ୍‌ ପହିଲାରୁ ବଦଳିବ ଏହି ସବୁ ନିୟମ; ଖାଉଟିଙ୍କ ପକେଟକୁ ହେବ ମହଙ୍ଗା ମାଡ 


ନୂଆଦିଲ୍ଲୀ: ଜୁନ ମାସରେ ବଦଳିବ ଏହି ସବୁ ନିୟମ। ଲାଗୁ ହେବ କିଛି ନୂଆ ନିୟମ । ରୋଷେଇ ଘରଠାରୁ ଆରମ୍ଭ କରି ବ୍ୟବସାୟିକ କ୍ଷେତ୍ରରେ ଦେଖିବାକୁ ମିଳିବ ବଡ଼ ପରିବର୍ତ୍ତନ । ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ପକେଟ୍ ଉପରେ ପଡିବ। ଏହି ସବୁ କ୍ଷେତ୍ରରେ ହେବାକୁ ଯାଉଛି କଣ ପରିବର୍ତ୍ତନ ।

ଜୁନ ମାସରେ ବଦଳିପାରେ ଏଲପିଜି ଦର। ଗତ ଏପ୍ରିଲ୍ ଓ ମେ ମାସର ପ୍ରଥମ ତାରିଖରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ କରାଯାଇଥିବା ବେଳେ ୧୪କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ମାର୍ଚ୍ଚ ମାସରେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୫୦ଟଙ୍କାକୁ ହ୍ରାସ କରାଯାଇଥିଲା । ଏହାସହିତ ସିଏନଜି-ପିଏନଜି ମୂଲ୍ୟରେ ମଧ୍ୟ ବଡ ପରିବର୍ତ୍ତନ ହେବା ନେଇ ସମ୍ଭାବନା ରହିଛି। ଗତ ଏପ୍ରିଲରେ ଦିଲ୍ଲୀ ଏବଂ ମୁମ୍ବାଇରେ ସିଏନଜି-ପିଏନଜି ମୂଲ୍ୟରେ ହ୍ରାସ କରାଯାଇଥିଲା।

ଜୁନ୧ ରୁ ମହଙ୍ଗା ହେବ ଦୁଇ ଚକିଆ ଇକେକ୍ଟ୍ରିକ୍ ଯାନ । ଆପଣ ଯଦି ଜୁନ୍ ୧ପରେ ଇଲେକ୍ଟ୍ରିକ୍ ବାଇକ୍ କିମ୍ବା ସ୍କୁଟି କିଣିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଅଧିକ ମୂଲ୍ୟ ଦେବାକୁ ପଡିବ । ମେ ୨୧ରେ ଏମଏଚଆଇ ଦ୍ୱାରା ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ ଫେମ୍-୨ର ସବସିଡି ରାଶି ସଂଶୋଧନ କରାଯାଇ ଏହାକୁ କିଲୋୱାଟ ପ୍ରତି ୧୦,୦୦୦ଟଙ୍କାକୁ ହ୍ରାସ କରାଯାଇଛି । ଏହି କାରଣରୁ ଅଧିକାଂଶ ବୈଦ୍ୟୁତିକ ଯାନ ଦର ୨୫ହଜାରରୁ ୩୫ ହଜାର ଟଙ୍କା ପର୍ୟ୍ୟନ୍ତ ମହଙ୍ଗା ହୋଇପାରେ ।

ଜୁନ୍ ୧ରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବଡ଼ ଅଭିଯାନ । ଆରବିଆଇ ପକ୍ଷରୁ ବ୍ୟାଙ୍କରେ ଜମା ହୋଇଥିବା ଅନାବଶ୍ୟକ ରାଶି ସମାଧାନ ପାଇଁ ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନର ନାମ ‘୧୦୦ ଦିନ ୧୦୦ ଦେୟ ରଖାଯାଇଛି।