ପାରଳାଖେମୁଣ୍ଡି ପୌର ପରିଷଦର ସାଧାରଣ ପରିଷଦ ବୈଠକ ରେ ସହିଦ ମାନଙ୍କ ସ୍ମୃତିପୀଠ ସ୍ଥାପନ ପାଇଁ ନିଷ୍ପତ୍ତି
ପାରଳାଖେମୁଣ୍ଡି:୩/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ବୈଠକ ଗୃହ ଠାରେ ସାଧାରଣ ପାରିଷଦ ବୈଠକ ପାରଳାଖେମୁଣ୍ଡି ପୌରପରିଷଦ ର ଅଧ୍ୟକ୍ଷା ନିର୍ମଳା ସେଠୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଭାବରେ ଆଦର୍ଶ ଦାସ ଯୋଗଦେଇଥିଲେ , ପ୍ରଥମେ ବିଧାୟକ ଙ୍କୁ ସମସ୍ତ ସଦସ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ବୈଠକ ରେ ମୁଖ୍ୟ ପ୍ରସଙ୍ଗ ଥିଲା ଜିଲ୍ଲା ର ହୋଇଥିବା ସହିଦ ମାନଙ୍କ ସ୍ମୃତିପୀଠ ପାରଳାଖେମୁଣ୍ଡି ଠାରେ ସ୍ଥାପିତ କରିବା ପାଇଁ ପ୍ରସ୍ତାବ ରହିଛି। ଆଗାମୀ ଦିନ ରେ ସହର ର ଏକ ଆକର୍ଷଣ ସ୍ଥାନ ରେ ଶହୀଦ ମାନଙ୍କ ସ୍ମୃତିପୀଠ ସ୍ଥାପନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି
ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି l

