Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକଙ୍କୁ ହତ୍ୟା ପରେ ପ୍ରମାଣ ଲୁଚାଇବାକୁ ପ୍ରେମିକାଙ୍କ ଅଜବ ଯୋଜନା! ୨୪ ଘଣ୍ଟା ପାଣିରେ ବୁଡ଼ାଇ ରଖିଲେ ଶବ

ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ମହିଳା ନିଜ ପ୍ରେମିକଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ଏକ ଅଖାରେ ଭର୍ତ୍ତି କରି ବାଥରୁମରେ ୨୪ ଘଣ୍ଟାରୁ ଅଧିକ ସମୟ ପାଣିରେ ବୁଡ଼ାଇ ରଖିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ ଧରିବା ପାଇଁ ତଦନ୍ତ ଜୋରଦାର କରିଛି।

ପୁଲିସ ସୂଚନା ଅନୁସାରେ, କଲ୍ୟାଣର ମାଲାଙ୍ଗ ରୋଡ୍ ସ୍ଥିତ ନୀଲକାନ୍ତ ସୋସାଇଟିର ଏକ ଫ୍ଲାଟରୁ ଦୁଇ-ତିନି ଦିନ ଧରି ଦୁର୍ଗନ୍ଧ ବାହାରୁଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ପାଇ ମନପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘର ବାହାରୁ ତାଲା ପଡ଼ିଥିବାରୁ ପୁଲିସ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ବାଥରୁମରେ ଥିବା ଏକ ଅଖା ଖୋଲିବା ପରେ ସେଥିରୁ ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ମୃତକଙ୍କ ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ହତ୍ୟା ପରେ ଅଭିଯୁକ୍ତ ମହିଳା ବାଥରୁମର ଟ୍ୟାପ୍ ଖୋଲା ରଖି ଶବ ଉପରେ ଲଗାତାର ପାଣି ପଡ଼ିବାର ବ୍ୟବସ୍ଥା କରିଥିଲେ। ପୁଲିସର ସନ୍ଦେହ, ଏପରି କରି ସେ ରକ୍ତ ଦାଗ ଲିଭାଇବା ସହ ମୃତଦେହ ଶୀଘ୍ର ପଚିଯିବାକୁ ଚାହୁଁଥିଲେ, ଯାହାଦ୍ୱାରା ପ୍ରମାଣ ନଷ୍ଟ ହୋଇଯିବ। ମନପଡା ପୁଲିସ ହତ୍ୟା ମାମଲା ରୁଜୁ କରି ଫେରାର ଅଭିଯୁକ୍ତ ମହିଳାଙ୍କ ସନ୍ଧାନ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ