ଗଜପତି ଜିଲ୍ଲାରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରାରେ ଚାଲାଣ ବେଳେ ଜବତ, ୩ ଗିରଫ
ପାରଳାଖେମୁଣ୍ଡି:(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନ ଥାନା ଅଞ୍ଚଳରୁ ମହାରାଷ୍ଟ୍ରକୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ଗଞ୍ଜେଇକୁ ଜବତ କରିବା ସହ ଏଥିରେ ୩ ଜଣକୁ ଗିରଫ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ରାଇସିଂ ଛକ ନିକଟରେ ପୋଲିସ ସନ୍ଦେହଜନକ ଭାବେ ୨ ଜଣକୁ ୨ ଗୋଟି ଜରି ବ୍ୟାଗ ସହ ଦେଖି ଯାଞ୍ଚ କରିଥିଲେ. ଏଥିରେ ୪୪ କିଲୋ ଗଞ୍ଜେଇ ଥିବା ଜଣା ପଡିଥିଲା. ପୁଲିସ ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୩ ଜଣକୁ ଗିରଫ କରିଥିବା ମଧ୍ୟ ଜଣାଯାଇଛି। ସେମାନେ ହେଲେ ମହାରାଷ୍ଟ୍ର ପୁନେ ବିଶାଳ ଶ୍ୟାମ ରାଓ ପାଓ୍ବାର (୩୮), ମୋହନା ଟୁମି ସାହିର ରାନି ବୀର (୨୧) ଓ ଦାରିଙ୍ଗବାଡିର ରସାନନ୍ଦ ନାୟକ (୪୬) ବୋଲି ଥାନା ଅଧିକାରୀ ଓମ ନାରାୟଣ ପାତ୍ର କହିଛନ୍ତି। ପୁଲିସ ସୂତ୍ରରୁ ମିଳିଥୁବା ସୂଚନା ପ୍ରକାରେ ପୁଲିସ ପକ୍ଷରୁ ରାଇସିଂ ଛକରେ ପେଟ୍ରୋଲିଂ ଚାଲିଥିଲା । ଏହି ସମୟରେ ମହାରାଷ୍ଟ୍ରର ବିଶାଳ ଶ୍ୟାମ ଓ ମୋହନା ଟୁମି ସାହିର ମହିଳା ରାନୀ ୨ ଗୋଟି ଜରି ବ୍ୟାଗ ଧରି ସନ୍ଦେହଜନକ ଭାବେ ଛିଡା ହୋଇଥିଲେ. ପୁଲିସ ସନ୍ଦେହରେ ଯାଞ୍ଚ କରିବା ପରେ ଏଥିରେ ૪૪ କିଲୋ ଗଞ୍ଜେଇ ଚୋରା ଚାଲାଣ ପାଇଁ ବସକୁ ଅପେକ୍ଷା କରିଥିବା ଜଣା ପଡିଥିଲା । ଉକ୍ତ ଦୁଇ ଜଣକୁ ଗିରଫ କରି ଅଧିକ ତଦନ୍ତ କରିବା ପରେ ଜଣା ଯାଇଥିଲା ଏହି ୪୪ କିଲୋ ଗଞ୍ଜେଇକୁ ଦାରିଙ୍ଗବାଡିର ରସାନନ୍ଦଙ୍କ ଠାରୁ ଆଣିଥିବା ସଂସ୍ପଷ୍ଟ ହେବାପରେ ରସାନନ୍ଦଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲେ. ଘଟଣା ନେଇ ମୋହନା ଥାନାରେ 150/26 ରେ ମାମଲା ରୁଜୁ କରି ୩ ଜଣଙ୍କୁ କୋୖର୍ଟଚାଲାଣ କରାଯାଇଥିବା ଜଣାପଡିଛି।

