Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ୍‌ ଦୁର୍ଘଟଣା; ଶୋକବ୍ୟକ୍ତ କଲେ କାନାଡା ପ୍ରଧାନମନ୍ତ୍ରୀ ଓ ତାଇୱାନ୍‌ ‌ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଯେଉଁ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଛି ସେଥିପାଇଁ ଖାଲି ଦେଶ ନୁହେଁ ବରଂ ଦେଶ ବାହାରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ ଓ ତାଇୱାନ୍‌ର ‌ରାଷ୍ଟ୍ରପତି ସିଆ ଇଙ୍ଗ୍‌-ୱେନଆଜି ଦୁର୍ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି।

ଏ ନେଇ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ। ସେ ଲେଖିଛନ୍ତି ଭାରତର ଓଡ଼ିଶାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାର ଫଟୋ ଓ ରିପୋର୍ଟ ମତେ ବିଚଳିତ କରିଛି। ପ୍ରିୟଜନଙ୍କୁ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ମୋର ଆନ୍ତରିକ ସମବେଦନା ଜଣାଉଛି। ଗୁରୁତର ଆହତମାନଙ୍କ ପାଇଁ ବି ମୁଁ ଚିନ୍ତିତ। ଏହି ଅସୁବିଧା ସମୟରେ କାନଡାବାସୀ ଭାରତବାସୀଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଟ୍ୱିଟ୍ କରି ଲେଖିଛି ଯେ ଆଜି ଓଡ଼ିଶାରେ ଟ୍ରେନ୍‌ ଦୁର୍ଘଟଣାଜନିତ ବହୁଯାତ୍ରୀଙ୍କ ଜୀବନହାନି ଯୋଗୁଁ ମୁଁ ମର୍ମାହତ। ଏହି ଦୁଃଖଦାୟକ ପରିସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ