Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମରାଠୀ ନଜାଣିଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ! ଅଟୋ-ଟ୍ୟାକ୍ସି ଚାଳକଙ୍କ ପାଇଁ ମହାରାଷ୍ଟ୍ର ସରକାରଙ୍କ କଡ଼ା ନିୟମ

ମୁମ୍ବାଇ: ମହାରାଷ୍ଟ୍ରରେ ଅଟୋ, ଟ୍ୟାକ୍ସି ଓ ଆପ୍‌ ଆଧାରିତ କ୍ୟାବ୍‌ ଚାଳକଙ୍କ ପାଇଁ ମରାଠୀ ଭାଷା ଜାଣିବା ବାଧ୍ୟତାମୂଳକ ହେବାକୁ ଯାଉଛି। ଯାତ୍ରୀ ପରିବହନ କରୁଥିବା ଗାଡ଼ିର ଚାଳକଙ୍କ ସହ ପରମିଟ୍‌ଧାରୀଙ୍କୁ ମଧ୍ୟ ମରାଠୀ ଭାଷାର ବ୍ୟବହାରିକ ଜ୍ଞାନ ରହିବା ଆବଶ୍ୟକ। ଏନେଇ ମୋଟର ଯାନ ଆଇନରେ ସଂଶୋଧନ କରାଯାଇ ‘ମୋଟର ଆମେଣ୍ଡମେଣ୍ଟ ରୁଲ୍ସ ୨୦୨୬’ ଲାଗୁ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

ନୂଆ ନିୟମ ଅନୁସାରେ, କୌଣସି ଅଟୋ କିମ୍ବା ଟ୍ୟାକ୍ସି ଚାଳକ ମରାଠୀ ଭାଷାରେ ସାଧାରଣ କଥାବାର୍ତ୍ତା କରିବାକୁ ସକ୍ଷମ ନଥିଲେ, ତାଙ୍କୁ ପ୍ରଥମେ ଭାଷା ଶିଖିବା ପାଇଁ ଏକ ମାସର ସମୟ ଦିଆଯିବ। ଏହି ସମୟ ମଧ୍ୟରେ ଆବଶ୍ୟକ ଭାଷା ଜ୍ଞାନ ହାସଲ ନକଲେ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ସ୍ଥଗିତ କରାଯିବ। ଏହାପରେ ମଧ୍ୟ ନିୟମ ପାଳନ ନକଲେ ଲାଇସେନ୍ସ ସ୍ଥାୟୀ ଭାବେ ବାତିଲ କରାଯାଇପାରେ।

ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ କହିଛନ୍ତି, ଯାତ୍ରୀଙ୍କ ସହ ସଠିକ୍‌ ଯୋଗାଯୋଗ, ସେମାନଙ୍କ ସମସ୍ୟା ବୁଝିବା ଏବଂ ନିରାପଦ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ଭାଷାର ବ୍ୟବହାରିକ ଜ୍ଞାନ ଆବଶ୍ୟକ। ଲାଇସେନ୍ସ ପ୍ରଦାନକାରୀ କର୍ତ୍ତୃପକ୍ଷ ଚାଳକଙ୍କ ମରାଠୀ ଜ୍ଞାନକୁ ‘ସନ୍ତୋଷଜନକ’ ବୋଲି ବିବେଚନା କରିବା ପରେ ହିଁ ଏହାକୁ ଅନୁମୋଦନ କରିବେ। ଉଲ୍ଲେଖଯୋଗ୍ୟ, ଏପ୍ରିଲରେ ସରକାର ବ୍ୟବସାୟିକ ଚାଳକଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଅସ୍ଥାୟୀ ରିହାତି ଦେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories