Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଯୋଗୁଁ ଡ଼ିଜିପି ପଦକ ପାଇଲେ ଆର.ଉଦୟଗିରି ଏସଡିପିଓ

ପାରଳାଖେମୁଣ୍ଡି:୧୪/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଉଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଆରକ୍ଷୀ ମହାନିର୍ଦେଶକ (ଡିଜିପି)ଙ୍କ ପଦକ ହାସଲ କଲେ ଗଜପତି ଜିଲ୍ଲା ଆର.ଉଦୟଗିରି ଏସଡିପିଓ ଆଇପିଏସ ରାକେଶ ସାହୁ । ବୁଧବାର ଭୁବନେଶ୍ୱର ସ୍ଥିତ ପୁଲିସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପଦକ ପ୍ରଦାନ କରାଯାଇଛି I ଡିଜିପି ଯୋଗେସ ବହାଦୁର ଖୁରାନିଆ ତାଙ୍କୁ ପଦକ ସହ ମାନପ‌ତ୍ର ପ୍ରଦାନ କରିଛନ୍ତି । ଆର. ଉଦୟ ଉଦୟଗିରିରେ ଏସଡ଼ିପିଓ ଭାବେ ରାକେଶ ସାହୁ ଯୋଗଦେବା ପରେ ବହୁ ଉଲେଖନୀୟ କାର୍ଯ୍ୟ କରିଛନ୍ତି । ବିଶେଷ କରି ଆର. ଉଦୟଗିରି, ମୋହନା ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚୋରା କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ସହ ଗଞ୍ଜେଇ ଚାଷରୁ ଲୋକେ କିଭଳି ନିବୃତ ରହି ରହିବେ ସେଥ‌ିପାଇଁ ବହୁ ପଦକ୍ଷେପ ନେଇଛନ୍ତି । ଏଥିସହ ବଡ଼ ବଡ଼ ଅପରାଧ ଘଟଣାର ପର୍ଦାଫାଶ କରିବାରେ ସକ୍ଷମ ହୋଇଛନ୍ତି । ନିଶାମୁକ୍ତ ଓଡିଶା ଓ ନିଶାମୁକ୍ତ ଗଜପତି ଗଠନ ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସହ ଲୋକେ ଯେଭଳି ସାଇବର ଠକେଇର ଶିକାର ନହେବେ ସେଥ‌ିପାଇଁ ଜନ ସଚେତନତା କରିଛନ୍ତି । ଏସଡିପିଓ ରାକେଶ ସାହୁ ତାଙ୍କର କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ଉଲେଖନୀୟ ଅବଦାନ ପାଇଁ ଏହି ପଦକ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏସଡିପିଓ ଶ୍ରୀ ସାହୁଙ୍କ ଏଭଳି ପଦକ ହାସଲ ପରେ ଗଜପତି ଜିଲ୍ଲା ପୋଲିସ ଏବଂ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଏଡ୍ସର ସୂଚନା, ଶିକ୍ଷା ଓ ପ୍ରଚାର ପ୍ରସାର ମାଧ୍ୟମକୁ ବ୍ୟାପକ କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ପାରଳାଖେମୁଣ୍ଡି:୧୩/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରାଣିପେଣ୍ଠ ଗ୍ରାମ ସ୍ଥିତ ସମୟରେ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇ.ସି.ଟି ସି, ସଂଯୋଜକ ଶକ୍ତି ପ୍ରସାଦ ପଟନାୟକ ଏସ.ଡୁବ୍ଲ.ଏସ.ଏସ ର ପ୍ରୋଜେକ୍ଟ ପରିଚାଳକ ପି.ସୁନିତା, ସଂଯୋଜକ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଏଚ ଆଇଭି/ଏ.ଡ.ଏସ ର ସଚେତନତା ନିମନ୍ତେ ସୂଚନା,ଶିକ୍ଷା ଓ ଯୋଗାଯୋଗ ଵା ପ୍ରଚାର ପ୍ରସାର କୁ ବ୍ୟାପକ କରିବା ପାଇଁ ଦୁଇ ମାସିଆ କାଜ୍ୟକ୍ରମ ଆନ୍ତର୍ଜାତିକ ଯୁବ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏଡସ ର କାରଣ,ନିରାକରଣ, ଇତିହାସ ଓ ଦେଶ,ରାଜ୍ୟ, ଜିଲ୍ଲା ରେ ଏଡ୍ସ ରୋଗୀ ସଂଖ୍ୟା ବିଷୟରେ ଛାତ୍ର ଛାତ୍ରୀଙ୍କୁ ସୂଚନା ଦେଇଥିଲେ। ଏସ.ଟି. ଆଇ, ଆର.ଟି.ଆଇ ବିଷୟରେ ଅବଗତ କରାଇ ଥିଲେ। ଏଡ୍ସ ରୋଗୀ ଙ୍କ ପ୍ରତି ସ୍ନେହ ଓ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରାଯାଇଥିଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମଟିକୁ ୱାଇ. ଆର.ସି ସଂଯୋଜିକା କଳ୍ପନା ପଣ୍ଡା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଓ ପୁରସ୍କାର ପ୍ରଦାନ କରାଯାଇଥିଲା