Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜାମ ଜିଲ୍ଲାର ସଦର ମହକୁମା ବ୍ରହ୍ମପୁର ସ୍ଥିତ ଅଗ୍ରଣୀ ସାମାଜିକ ସଂଗଠନ “କ୍ରାନ୍ତି”ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଗଞ୍ଜାମ ଜିଲ୍ଲାର ସଦର ମହକୁମା ବ୍ରହ୍ମପୁର ସ୍ଥିତ ଅଗ୍ରଣୀ ସାମାଜିକ ସଂଗଠନ “କ୍ରାନ୍ତି”ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ
ପାରଳାଖେମୁଣ୍ଡି:୧୬/୮(ଗରୁଡ଼ ଧ୍ଵଜ ଚୌଧୁରୀ)୮୦ ତମ ସ୍ଵାଧୀନତା ଦିବସ ଅବସରରେ ବ୍ରହ୍ମପୁର ର ଅଗ୍ରଣୀ ସାମଜିକ ଅନୁଷ୍ଠାନ କ୍ରାନ୍ତି ତରଫରୁ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପ୍ରେକ୍ଷାଳୟ ପରିସରରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସଲାମ୍‌ – ୨୦୨୬” ରେ ଆହ୍ୱାନ ” ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ, ଏମାନଙ୍କୁ ସ୍ୱାଧୀନତା ଦିବସରେ ଦିଅନ୍ତୁ ଦେଶପ୍ରେମର ବାର୍ତ୍ତା ସହ
ପିଲାମାନଙ୍କୁ ନିଶା ଆଉ ମୋବାଇଲ୍ ଠାରୁ ଦୂରେଇ ରଖନ୍ତୁ,ସେମାନଙ୍କର ମାନସିକ ଓ ଶାରୀରିକ ବିକାଶ ପାଇଁ ଯତ୍ନ ନିଅନ୍ତୁ।”କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଡ ଦେବାନନ୍ଦ ଦାଶ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ ସହିତ ତ୍ରିରଙ୍ଗା ପତାକା ଦେଇ ସମ୍ମାନୀତ କରିଥିଲେ।କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ଼ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସ ମ ଆଇ ଟି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ର ସଭାପତି ଡ ଭଗବାନ ଗନ୍ତାୟତ କାର୍ଯ୍ଯକ୍ରମ କୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜ ଓ ହସ୍ପିଟାଲର ଚେଷ୍ଟ ଓ ଟିବି ବିଭାଗର ପୂର୍ବତନ ପ୍ରଫେସର ଡଃ ନାରାୟଣ ମିଶ୍ର ଯୋଗଦେଇଥିବା ବେଳେ ଅବସର ପ୍ରାପ୍ତ ସିନିୟର୍ ସୁପରିଟେଡେଣ୍ଟ ଅଫ ପୋଲିସ ଶ୍ରୀ ଜୟରାମ ଶତପଥୀ
ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜ ଓ ହସ୍ପିଟାଲର ଶିଶୁ ବିଭାଗ ପ୍ରଫେସର ମାନସ ରଞ୍ଜନ ମଲ୍ଲିକ, ବ୍ରହ୍ମପୁର ରୋଟାରୀ ସେଣ୍ଟ୍ରାଲ ର ସଭାପତି ଶ୍ରୀ ଶ୍ରୀକାନ୍ତ ସାବତ, ଆଇ ଏସ ଆର ଡି ନିର୍ଦ୍ଦେଶକ ସୁଧୀର ସାବତ, ଯୁବ ସମାଜସେବୀ ତଥା ରଶ୍ମୀ ଏଣ୍ଟରପ୍ରାଇଜେସ ମାଲିକ କେ.ରାଜ କୁମାର ସେନାପତି, ବ୍ରହ୍ମପୁର ଗାୟତ୍ରୀ ପୀଠ ମୁଖ୍ୟ ପରିଚାଳକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ ଓ ହିଞ୍ଜିଳିକାଟୁ ସରକାରୀ ଆଇ ଟି ଆଇ ର ଅଧ୍ୟକ୍ଷ ଇଁ ରବିନାରାୟଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵାଧୀନତା ଦିବସର ମହତ୍ବ ଉପରେ ଆଲୋକ ପାତ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ୍ ଆଉ ଜଙ୍ଗ ଫୁଡ୍ ଠାରୁ ଦୁରେଇ ରହିବା ପାଇଁ ଉପଦେଶ ଦେଇ ଦେଶ ମାତୃକା ଉପରେ ଦିଗ୍‌ଦର୍ଶନ ଦେଇ ଉତ୍ସାହିତ କରିଥିଲେ
ପିଲାମାନଙ୍କୁ ନିଶା ଠାରୁ ଦୂରେଇ ରଖିବା ପାଇଁ ପିତାମାତାଙ୍କ ସଚେତନତା ଏବଂ ଖୋଲା ଆଲୋଚନା ଅତ୍ୟନ୍ତ ଜରୁରୀ। ପିଲାଙ୍କ ସହ ବନ୍ଧୁତ୍ଵ ପୂର୍ଣ୍ଣ ବ୍ୟବହାର କରନ୍ତୁ, ସେମାନଙ୍କର ଗତିବିଧି ଉପରେ ନଜର ରଖନ୍ତୁ ଏବଂ ନିଶାର କୁପରିଣତି ସମ୍ପର୍କରେ ସଚେତନ କରାନ୍ତୁ। କ୍ରାନ୍ତି ଅନୁଷ୍ଠାନ ର ଡ ଦେବାନନ୍ଦ ଦାଶ ବକ୍ତବ୍ୟ ରଖିବା ସହ ଉପସ୍ଥିତ ସମସ୍ତଙ୍କୁ ନିଶା ମୁକ୍ତ ଭରତ ଗଠନ ପାଇଁ ଶପଥ ପାଠ କରାଇଥିଲେ।
ଉକ୍ତ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ମା ତୁଝେ ସଲାମ୍ ରେ ୧୦ଟି ସ୍କୁଲ ଦଳ ଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନ ର କୁନି କୁନି କଳାକାର ମାନଙ୍କ ସନ୍ଦେଶ ଆତେ ହେ… ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନକୁ ମୋହିତ କରିପାରିଥିଲା। ଗଞ୍ଜାମ ଜିଲ୍ଲାର ୪୦ ଟି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାୟ ୯୦୦ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ,ପରମାନନ୍ଦ ପଣ୍ଡା, ଅନିଲ୍ କୁମାର ସେଠୀ, ୟାଇ ଲାବନ୍ୟା,ଧନଜୟ ପାଣିଗ୍ରାହି, ଚର୍ଚ୍ଚିକା ଦାଶ, ଚିନ୍ମୟାନନ୍ଦ ଦାଶ,ସଞ୍ଜୟ ପାତ୍ର, ଓମ୍ ପ୍ରସାଦ ଗୌଡ ଙ୍କ ସମେତ ଆଇ ଏସ ଆର ଡି ର ପ୍ରଭାତ କୁମାର ପାଢ଼ୀ, ଶୟନୀ ମଲ୍ଲିକ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ, ଶେଷରେ ଦେବରାଜ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories