Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୭ ଥର ଛୁରି ମାରି ପ୍ରିନ୍ସିପାଲଙ୍କୁ କଲେ ହତ୍ୟା! ଲୁଟିନେଲେ ୨ଲକ୍ଷରୁ ଅଧିକ, ଗିରଫ ହେଲେ ଦୁଇ ଦଶମ ଶ୍ରେଣୀ ଛାତ୍ର

ହାଇଦ୍ରାବାଦ: ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ସ୍କୁଲ ପ୍ରିନ୍ସିପାଲଙ୍କ ହତ୍ୟା ଘଟଣାରେ ପୋଲିସ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି । ନାଗାର୍ଜୁନ ପବ୍ଲିକ ସ୍କୁଲର ୪୯ ବର୍ଷୀୟା ପ୍ରିନ୍ସିପାଲ ତଥା ନିର୍ଦ୍ଦେଶିକା କାଲ୍ଲୁ ରୂପା ରେଡ୍ଡୀଙ୍କ ମୃତଦେହ ଅଗଷ୍ଟ ୧୨ରେ ତାଙ୍କ ଘରୁ ଉଦ୍ଧାର ହୋଇଥିଲା। ତାଙ୍କ ଶରୀରରେ ଏକାଧିକ ଛୁରି ଆଘାତ ଚିହ୍ନ ମିଳିଥିଲା। ପ୍ରାଥମିକ ତଦନ୍ତରୁ ଟଙ୍କା ଲୁଟ୍ ସହ ପୁରୁଣା ବ୍ୟକ୍ତିଗତ ବିବାଦ ହତ୍ୟାର ପଛରେ ଥିବା ସନ୍ଦେହ କରାଯାଉଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଅଗଷ୍ଟ ୧୧ ରାତିରେ ଦୁଇ ଛାତ୍ର ମୁହଁ ଢାଙ୍କି ରୂପା ରେଡ୍ଡୀଙ୍କ ଘରେ ପହଞ୍ଚିଥିଲେ। ଜଣେ ଘର ଭିତରକୁ ଯାଇ ଟଙ୍କା ମାଗିଥିବା ବେଳେ ପ୍ରିନ୍ସିପାଲ ତାଙ୍କୁ ଚିହ୍ନି ପାରିଥିଲେ। ଏହାପରେ ଅଭିଯୁକ୍ତ ଛାତ୍ର ତାଙ୍କ ଉପରେ ଛୁରିରେ ଆକ୍ରମଣ କରିଥିବା ପୋଲିସର ଦାବି। ଘଟଣା ପରେ ଦୁଇ ଜଣ ଘରୁ ପ୍ରାୟ ୨.୨୦ ଲକ୍ଷ ଟଙ୍କା ନେଇ ପଳାଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ପୂର୍ବରୁ ରୂପା ରେଡ୍ଡୀ ସ୍କୁଲରୁ TC ଦେଇ ବାହାର କରିଥିବାରୁ ତାଙ୍କ ମନରେ ଆକ୍ରୋଶ ଥିବା ମଧ୍ୟ ତଦନ୍ତରେ ସାମ୍ନାକୁ ଆସିଛି।
ଘଟଣା ପରେ ପୋଲିସ ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା। ପଚରାଉଚରା ପରେ ମାମଲାର ରହସ୍ୟ ଖୋଲିଥିବା ବେଳେ ଜଣେ ଛାତ୍ରଙ୍କଠାରୁ ୧.୬୦ ଲକ୍ଷ ଟଙ୍କା ମିଳିଛି। ଜବତ ଟଙ୍କା ମଧ୍ୟରୁ କିଛି ନୋଟ୍‌ରେ ରକ୍ତର ଚିହ୍ନ ଥିବା ପୋଲିସ କହିଛି। ଏହି ଟଙ୍କା ଓ CCTV ଦୃଶ୍ୟ ତଦନ୍ତରେ ଅଭିଯୁକ୍ତଙ୍କ ବିରୋଧରେ ମୁଖ୍ୟ ପ୍ରମାଣ ଭାବେ ସାମ୍ନାକୁ ଆସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories