ପାରଳାଖେମୁଣ୍ଡି ଠାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୦/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ବକ୍ସି ସାହି ସ୍ଥିତ କାର୍ଯ୍ୟାଳୟ ଠାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ସମିତିର ସଦସ୍ୟମାନଙ୍କର ଚୟନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଚୟନ କରାଯାଇଥିବା ପଦାଧିକାରୀଙ୍କ ନାମ ଓ ପଦବୀ ନିର୍ଣ୍ଣୟ କରାଗଲା । ଏହି ମଞ୍ଚର କର୍ମକର୍ତ୍ତା ଓ ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ, ଉପସଭାପତି ଶ୍ରୀ ସୁବାସଚନ୍ଦ୍ର ବେହେରା, ସାଧାରଣ ସଂପାଦକ ଶ୍ରୀ ହରିମୋହନ ପଟ୍ଟନାୟକ, ଏବଂ ସଂପାଦକ ଓ ସାଂଗଠନିକ କର୍ମକର୍ତ୍ତା ଭାବେ ଶ୍ରୀ ବିନୋଦ ବିହାରୀ ପଣ୍ଡା, ଯୁଗ୍ମ ସଂପାଦକ ଭାବେ ଶ୍ରୀ ଲବ ଜେନ୍ନା, ଶ୍ରୀ ଜଗଦିଶ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଭାବେ ଶ୍ରୀ ବିଶିକେଶନ ମହାପାତ୍ର ବୈଠକରେ ମନୋନୀତ ଓ ଅନ୍ୟାନ୍ୟ କାର୍ଯ୍ୟକାରୀ ସଦସ୍ୟଗଣଙ୍କ ଉପସ୍ଥିତିରେ ଆଲୋଚନାର ସହ ବରିଷ୍ଠ ନାଗରିକମାନଙ୍କର ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ପ୍ରଶାସନ ଓ ନେତା, ତଥା ବିଧାୟକ ମହୋଦୟଙ୍କ ଇଚ୍ଛା ଶକ୍ତିର ଆବଶ୍ୟକତା ରହିଛି । ଉକ୍ତ ବୈଠକରେ ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା ହୋଇଥିଲା l ପରେ ସଦସ୍ୟମାନଙ୍କ ଉପସ୍ଥିତିରେ ବୈଠକ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଶ୍ରୀ ବିନୋଦ ବିହାରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

