Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣ୍ଡାହାତୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ ପ୍ରଶାସନିକ ଅଧିକାରୀ, ସାମ୍ବାଦିକ ଓ ସମାଜସେବୀ

ପାରଳାଖେମୁଣ୍ଡି:୨୦/୮(ଗରୁଡ଼ ଧ୍ଵଜ ଚୌଧୁରୀ)
ବର୍ଷାଋତୁ ପରେ ପରେ ସବୁଆଡେ ସେପ୍ଟେମ୍ବର ମାସ ୨୭ ତାରିଖରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯିବ। କିନ୍ତୁ ସବୁ ପର୍ଯ୍ୟଟନସ୍ଥଳୀ ଯଦି ସେ ସମୟ ବେଳକୁ ସୁରକ୍ଷିତ ନ ଥିବ ତଥା ଅପରିଷ୍କାର ହୋଇରହିଥିବ ତେବେ ହୁଏତ ଏହି ପର୍ଯ୍ୟଟନ ଦିବସ ପାଳନର ମୂଲ୍ୟ ହିଁ କିଛି ରହିବ ନାହିଁ। ଏହି କଥାକୁ ଚିନ୍ତା କରି କିପରି ଏକ ଜନ ଆନ୍ଦୋଳନ ସୃଷ୍ଟି କରି ପରିବେଶକୁ ସୁରକ୍ଷା କରାଯାଇପାରିବ ସେ ନେଇ ଆଜି ଏକ ନିଆରା ଦୃଶ୍ୟ ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତ ନିକଟରେ ଦେଖିବାକୁ ମିଳିଥିଲା।
ଏହିକ୍ରମରେ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଖଣି ଅଧିକାରୀ ଦିପେନ ପରିଡ଼ା ଓ ମଳୟ କୁମାର ସେଠୀ ତଥା ଗାରାବନ୍ଧ ଥାନାଧିକାରୀ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ନିଷିକାଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର କର୍ମଚାରୀ ତଥା ଅଖିଳ ଭାରତୀୟ ଯୁବାଜନ ସେବା ସମିତିର ମୁଖ୍ୟ କୁମାର ରେଡ୍ଡୀ, ଗୋପାଳପୁର ସ୍ଥିତ ଆଇ.ଆର.ଇ.ରେ କାର୍ଯ୍ୟରତ ମନୋରଞ୍ଜନ ବେହେରା, ଟୁଟୁ ନାୟକ ଓ ସମାଜସେବୀ ମନୋଜ ମିଶ୍ରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ସ୍ବେଚ୍ଛାସେବୀ, ଭାରତୀୟ ମାନବ ଅଧିକାର ପରିଷଦର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପାଢ଼ୀ ତଥା ସାମ୍ବାଦିକ ଅମିତ ପଟ୍ଟନାୟକ ଓ ରାଜେନ୍ଦ୍ର କୁମାର ରଥଙ୍କ ନେତୃତ୍ୱରେ ଶତାଧିକ ସ୍ବେଚ୍ଛାସେବୀ, ସାମ୍ବାଦିକ ଆଜି ସକାଳେ ଗଣ୍ଡାହାତୀ ଜଳପ୍ରପାତ ନିକଟରେ ଏକାଠି ହୋଇ ସଫେଇ କାର୍ଯ୍ୟ ଆରମ୍ଭ କରି ଜଳପ୍ରପାତ ନିକଟରେ ପଡିଥିବା ପ୍ଲାଷ୍ଟିକ ବୋତଲ ତଥା କାଚ ବୋତଲକୁ ସଫା କରିଥିଲେ। ସେହିପରି ଖଣି ବିଭାଗ ତରଫରୁ ଏହି ଜଳପ୍ରପାତ ନିକଟରେ କିଛି ଡଷ୍ଟବିନ ବି ସ୍ଥାପନ କରାଯାଇଥିଲା । ପରେ ସମସ୍ତ ସ୍ବେଚ୍ଛାସେବୀଙ୍କ ତରଫରୁ ଏହି ଜଳପ୍ରପାତକୁ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଘୋଷଣା କରି ଏହି ପରିବେଶକୁ ଦୂଷିତ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପ୍ରଶାସନ ନିକଟରେ ଦାବି ରଖାଯାଇଥିଲା।
ସୂଚନାଯୋଗ୍ୟ, ଆଜି ଗଜପତି ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରହଲ୍ଲାଦ ସହାୟ ମିନାଙ୍କ ନିର୍ଦ୍ଦେଶ କ୍ରମେ ଗାରାବନ୍ଧ ଥାନାର ବହୁ କର୍ମଚାରୀ, ବନ ବିଭାଗର ଫୋରେଷ୍ଟର ଦିବାକର ଲେଙ୍କା ଓ ପାରା ଲିଗାଲ ସ୍ବେଚ୍ଛାସେବୀ ଦୟା ପାଲକା ଏହି କାର୍ଯ୍ୟକ୍ରମର ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ହୋଇ ସମସ୍ତ ପର୍ଯ୍ୟଟକଙ୍କୁ ପରିବେଶର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ନେଇ ସଚେତନ କରାଇଥିଲେ ଓ ଏହି ସେବା କାର୍ଯ୍ୟରେ ଯଥାର୍ଥ ସାହାଯ୍ୟ ସହଯୋଗର ହାତ ବଢାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories