Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ! କୁଲଦୀପଙ୍କ ସ୍ଥାନରେ ସାରାଂଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୨୩ରୁ କଲମ୍ବୋର SSC ମୈଦାନରେ ଖେଳାଯିବ। ପ୍ରଥମ ଟେଷ୍ଟରେ ଭାରତ ୧୬୫ ରନ୍‌ରେ ଜିତି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଏବେ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ୍‌ କବଜା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ଏହାରି ମଧ୍ୟରେ ଦ୍ୱିତୀୟ ଟେଷ୍ଟର ପ୍ଲେଇଂ-ଇଲେଭେନ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁଲଦୀପ ଯାଦବଙ୍କ ସ୍ଥାନରେ ୩୩ ବର୍ଷୀୟ ସ୍ପିନ୍ ଅଲରାଉଣ୍ଡର ସାରାଂଶ ଜୈନଙ୍କୁ ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି। ତେବେ ଏନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ପ୍ରଥମ ଟେଷ୍ଟରେ କୁଲଦୀପଙ୍କ ପ୍ରଦର୍ଶନ ଆଶାନୁରୂପ ନଥିବାରୁ ତାଙ୍କୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ସାରାଂଶ ଜୈନ ଅଫ୍-ସ୍ପିନ୍ ବୋଲିଂ ସହ ବ୍ୟାଟିଂରେ ମଧ୍ୟ ଦଳକୁ ଯୋଗଦାନ କରିପାରନ୍ତି। ଶ୍ରୀଲଙ୍କା ଦଳର ଟପ୍ ଅର୍ଡରରେ ଅନେକ ବାମହାତୀ ବ୍ୟାଟର୍ ଥିବାରୁ ସାରାଂଶଙ୍କୁ ଖେଳାଇବା ଭାରତ ପାଇଁ ଏକ ବିକଳ୍ପ ହୋଇପାରେ। ମଧ୍ୟପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ସାରାଂଶଙ୍କୁ ପ୍ରଥମଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି। ତେଣୁ ଦ୍ୱିତୀୟ ଟେଷ୍ଟରେ ତାଙ୍କ ଡେବ୍ୟୁ ହେବାର ସମ୍ଭାବନା ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ ଚୂଡ଼ାନ୍ତ ଏକାଦଶ ବାଛିବାରେ କଲମ୍ବୋ ପିଚ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ପିଚ୍‌ରେ ସ୍ପିନରଙ୍କୁ ଅଧିକ ସହାୟତା ମିଳିଲେ ଭାରତ ଅଧିକ ସ୍ପିନ୍ ବୋଲରଙ୍କ ସହ ମୈଦାନକୁ ଓହ୍ଲାଇପାରେ। ଅନ୍ୟପଟେ ଶ୍ରୀଲଙ୍କା ମଧ୍ୟ ଆହତ ସମସ୍ୟାରେ ରହିଛି। କୁସଲ ମେଣ୍ଡିସ୍ ହାମଷ୍ଟ୍ରିଙ୍ଗ୍ ଆହତ ହୋଇଥିବା ବେଳେ ଦିନେଶ ଚାନ୍ଦିମାଲ୍ କନକସନ୍‌ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ପଥୁମ ନିସାଙ୍କା ମଧ୍ୟ ଉପଲବ୍ଧ ନଥିବାରୁ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍‌ଅପ୍‌ ଉପରେ ଚାପ ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories