Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଷ୍ଟରକ୍ୟାଣ୍ଟିନ ହିଂସା ମାମଲାରେ ବଡ଼ ଆକ୍ସନ୍‌: ଅନଲାଇନ୍‌ ଅଟୋ ସଂଘ ସଭାପତି ଦୀନବନ୍ଧୁ ନାୟକ ଗିରଫ

ଭୁବନେଶ୍ଵର: ମାଷ୍ଟରକ୍ୟାଣ୍ଟିନ ଛକରେ ଅନଲାଇନ୍‌ ଗାଡ଼ି ଚାଳକ ସଂଘର ହିଂସାତ୍ମକ ଆନ୍ଦୋଳନ ଘଟଣାରେ କମିଶନରେଟ୍‌ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ମାମଲାରେ ସ୍ମାର୍ଟ ସିଟି ଅନଲାଇନ୍‌ ଅଟୋ-ଟ୍ୟାକ୍ସି ଡ୍ରାଇଭର୍‌ ସଂଘର ଚେୟାରମ୍ୟାନ ଦୀନବନ୍ଧୁ ନାୟକଙ୍କୁ ଖାରବେଳନଗର ଥାନା ପୋଲିସ ପୁରୀରୁ ଗିରଫ କରିଛି।

ସୂଚନା ଅନୁସାରେ, ଅଗଷ୍ଟ ୧୯ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଛକରେ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ପରେ ଦୀନବନ୍ଧୁ ଫେରାର ହୋଇଯାଇଥିଲେ। ସେ ପୁରୀ ସହର ନିକଟରେ ଥିବା ନେଇ ସୂଚନା ପାଇବା ପରେ ପୋଲିସ ସେଠାରେ ଚଢ଼ଉ କରି ତାଙ୍କୁ ଧରିଥିଲା। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ଏହି ମାମଲାରେ ପୂର୍ବରୁ ୧୧୩ ଜଣ ଅଭିଯୁକ୍ତ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଥିଲା। ଦୀନବନ୍ଧୁଙ୍କ ଗିରଫ ପରେ ମୋଟ ଗିରଫଦାରୀ ସଂଖ୍ୟା ୧୧୪ରେ ପହଞ୍ଚିଛି। ଘଟଣାରେ ଜଡ଼ିତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ପୋଲିସ ଖୋଜୁଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories