Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଡିଗୋ ବିମାନର ଲ୍ୟାଣ୍ଡିଂ ସମୟରେ ଘଟିଲା ବଡ ଅଘଟଣ, ଡିଜିସିଏ ତଦନ୍ତକୁ ଅପେକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀରୁ ଗୋରଖପୁର ଯାଉଥିବା ଇଣ୍ଡିଗୋର ଏକ ବିମାନ ଅବତରଣ ସମୟରେ ଟେଲ୍‌ ଷ୍ଟ୍ରାଇକ୍‌ ଘଟଣା ପରେ ଗୋରଖପୁର ବିମାନବନ୍ଦରରେ ଗ୍ରାଉଣ୍ଡେଡ୍‌ କରାଯାଇଛି। ଅଗଷ୍ଟ ୧୯ ତାରିଖରେ ଲ୍ୟାଣ୍ଡିଂ ସମୟରେ ବିମାନଟିର ଟେଲ୍‌ ରନୱେକୁ ଛୁଇଁଥିବା ଜଣାପଡ଼ିଛି। ଏହାପରେ ବିମାନଟି ଗୋ-ଆରାଉଣ୍ଡ କରି ପୁଣିଥରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

ବିମାନ ଅବତରଣ ପରେ କରାଯାଇଥିବା ଯାଞ୍ଚ ସମୟରେ APU ଇନ୍‌ଲେଟ୍‌ ପ୍ୟାନେଲ୍‌ ନିକଟରେ କିଛି ଚିହ୍ନ ଓ ଖରୋଚ୍‌ ଦେଖାଯାଇଥିଲା। ଏହାପରେ ବିମାନଟିକୁ ସେବାରୁ ବାହାର କରି ରକ୍ଷଣାବେକ୍ଷଣ କାମ ଆରମ୍ଭ କରାଯାଇଛି। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ଓହ୍ଲାଇଥିଲେ। ଯାତ୍ରୀଙ୍କ ସୁରକ୍ଷା ଏୟାରଲାଇନ୍ସର ସର୍ବୋଚ୍ଚ ପ୍ରାଥମିକତା ବୋଲି କମ୍ପାନୀ କହିଛି।

ମାନକ ନିୟମ ଅନୁସାରେ ଘଟଣା ସମ୍ପର୍କରେ ଡିଜିସିଏକୁ ସୂଚନା ଦିଆଯାଇଛି। ତେବେ ଘଟଣାର ତଦନ୍ତ ପାଇଁ ଡିଜିସିଏର ତଦନ୍ତକାରୀ ଟିମ୍‌ ଏପର୍ଯ୍ୟନ୍ତ ଗୋରଖପୁରରେ ପହଞ୍ଚିନଥିବା ସୂଚନା ମିଳିଛି। ତଦନ୍ତ ପରେ ଟେଲ୍‌ ଷ୍ଟ୍ରାଇକ୍‌ର ପ୍ରକୃତ କାରଣ ଏବଂ ବିମାନର କ୍ଷୟକ୍ଷତି ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories