Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିନି ଦର ବୃଦ୍ଧି ନେଇ ସରକାରଙ୍କ ବଡ଼ ପଦକ୍ଷେପ! ମହଜୁଦ ରୋକିବା ସହ ଯୋଗାଣ ବଢାଇବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଗତ କିଛି ସପ୍ତାହରେ ଚିନି ଦର ବଢ଼ି କିଲୋଗ୍ରାମ ପିଛା ୫୫ ଟଙ୍କା ୭୦ ପଇସାରେ ପହଞ୍ଚିଛି। ସରକାରଙ୍କ କହିବା ଅନୁସାରେ, ଏହା ପଛରେ କମ୍ ଘରୋଇ ଉତ୍ପାଦନ, ପାର୍ବଣ ଋତୁ ପୂର୍ବରୁ ଚାହିଦା ବୃଦ୍ଧି, ଖରାପ ପାଗ ଏବଂ ମହଜୁଦ ଭଳି କାରଣ ରହିଛି। ତେବେ ଇଥାନଲ ଉତ୍ପାଦନ ପାଇଁ ଚିନି ବ୍ୟବହାର କମିଥିବାରୁ ଏହାକୁ ଦରବୃଦ୍ଧିର ପ୍ରମୁଖ କାରଣ ବୋଲି କୁହାଯାଇପାରିବ ନାହିଁ।

ଚିନି ଯୋଗାଣ ଓ ଦର ନିୟନ୍ତ୍ରଣ ପାଇଁ ସରକାର ଡିଲରଙ୍କ ଷ୍ଟକ୍‌ ସୀମା ଧାର୍ଯ୍ୟ କରିବା ସହ ମିଲ୍‌ଗୁଡ଼ିକରେ ମହଜୁଦ ଯାଞ୍ଚ ଆରମ୍ଭ କରିଛନ୍ତି। ଘରୋଇ ବଜାରରେ ଯୋଗାଣ ବଢ଼ାଇବା ପାଇଁ ୧୦ ଲକ୍ଷ ମେଟ୍ରିକ୍ ଟନ୍ କଞ୍ଚା ଚିନି ଶୁଳ୍କମୁକ୍ତ ଆମଦାନି କରାଯିବ। ଅକ୍ଟୋବର ୧୫ରୁ ଆଖୁପେଡ଼ା ଆରମ୍ଭ ହେଲେ ଚିନି ଉତ୍ପାଦନ ବଢ଼ିବା ସହ ଦର ନିୟନ୍ତ୍ରଣକୁ ଆସିବ ବୋଲି ସରକାର ଆଶା କରୁଛନ୍ତି।

ଇଥାନଲ କାର୍ଯ୍ୟକ୍ରମ ଚିନି ମିଲ୍‌ଗୁଡ଼ିକର ଆର୍ଥିକ ସ୍ଥିତି ସୁଧାରିବା ସହ ଆଖୁ ଚାଷୀଙ୍କୁ ମଧ୍ୟ ଲାଭ ଦେଇଛି। ସରକାର କହିଛନ୍ତି ଯେ, ଚିନି ଷ୍ଟକ୍‌, ଦର ଓ ବଜାର ଉପରେ ନଜର ରଖାଯାଉଛି ଏବଂ ମହଜୁଦଖୋରୀ ଓ ଅଯୌକ୍ତିକ ଦରବୃଦ୍ଧି ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories