Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ଟିମ୍‌ ସହ ବିଜେପିର ପ୍ରଥମ ବୈଠକ!୨୦୨୭ ବିଧାନସଭା ଓ ୨୦୨୯ ଲୋକସଭା ନିର୍ବାଚନ ରଣନୀତି ଉପରେ ଫୋକସ

ନୂଆଦିଲ୍ଲୀ: ନୂଆ ଜାତୀୟ ଟିମ୍‌ ଗଠନ ପରେ ଶନିବାର ବିଜେପି ମୁଖ୍ୟାଳୟରେ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନେତାଙ୍କ ସହ ନୂଆ ପିଢ଼ିର ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ପରିବେଷଣ ପରେ ବୈଠକ ଆରମ୍ଭ ହୋଇଥିଲା।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ୧୫ ଦିନିଆ ‘ମୋଦୀ @ ୨୫’ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଛି। ଏହାସହ ୨୦୨୭ରେ ୭ ରାଜ୍ୟରେ ହେବାକୁ ଥିବା ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆ ବିଧାନସଭା ନିର୍ବାଚନ ପାଇଁ ଦଳର ରଣନୀତି ନେଇ ମଧ୍ୟ ଚର୍ଚ୍ଚା ହୋଇଛି। ବିଶେଷ କରି ଅଧିକ ଲୋକସଭା ଆସନ ଥିବାରୁ ଉତ୍ତରପ୍ରଦେଶ ଉପରେ ବିଜେପିର ବିଶେଷ ଫୋକସ୍‌ ରହିଛି।

ଏହାସହ ୨୦୨୯ ଲୋକସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ନେଇ ଆଲୋଚନା ହୋଇଛି। ଯୁବପିଢ଼ିଙ୍କ ସହ ଯୋଡ଼ିହେବା, ନୂଆ ପଦାଧିକାରୀ ରାଜୀବ ବବ୍ବର ଓ ଜୟ ପ୍ରକାଶଙ୍କୁ ଦାୟିତ୍ୱ ଦେବା ସହ ପ୍ରଧାନମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଓ ସରକାରୀ ସଫଳତାକୁ ଦେଶବ୍ୟାପୀ ପହଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories