ଦିଲ୍ଲୀରେ ଲୁଟ୍ ବେଳେ ବୃଦ୍ଧାଙ୍କୁ ହତ୍ୟା ସନ୍ଦେହ, ଘରୁ ମିଳିଲା ମୃତଦେହ
ନୂଆଦିଲ୍ଲୀ: ଦିଲ୍ଲୀର ଜଙ୍ଗପୁରା ଅଞ୍ଚଳରେ ଶନିବାର ସକାଳେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ପୁଲିସ ପ୍ରାଥମିକ ଭାବେ ଲୁଟ୍ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି। ଦୁଇ ଝିଅ ବିବାହ ପରେ ଅଲଗା ରହୁଥିବାରୁ ବୃଦ୍ଧା ଜଣକ ଘରେ ଏକୁଟିଆ ରହୁଥିଲେ।
ସୂଚନା ଅନୁସାରେ, ଶନିବାର ତାଙ୍କର ଜଣେ ଝିଅ ମା’ଙ୍କୁ ଦେଖା କରିବାକୁ ଘରକୁ ଆସିଥିଲେ। ଘରର ମୁଖ୍ୟ ଦ୍ୱାର ଖୋଲା ଥିବା ଦେଖି ସେ ଭିତରକୁ ଯାଇଥିଲେ। ପରେ ଶୋଇବା ଘରେ ମା’ଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଘର ଭିତରେ ଥିବା କିଛି ସାମଗ୍ରୀ ଓ ଅଳଙ୍କାର ନିଖୋଜ ଥିବା ଜଣାପଡ଼ିଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ୍ ଓ ହତ୍ୟା ପଛରେ କିଏ ଅଛି, ତାହା ଜାଣିବା ପାଇଁ ପୁଲିସ ଘରର ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଘଟଣାର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ସୂଚନା ମିଳିବ।

