Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁକୁର ଭୟରେ ୪୦ ଫୁଟ୍‌ ଗଭୀର କୂଅକୁ ଡେଇଁପଡ଼ିଲେ ଛାତ୍ରୀ, ଉଦ୍ଧାର କଲେ ସ୍ଥାନୀୟ ଲୋକେ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଫରୁଖାବାଦ ଜିଲ୍ଲା କାଇମଗଞ୍ଜ ଅଞ୍ଚଳରେ କୁକୁର ଭୟରେ ଜଣେ ଛାତ୍ରୀ ୪୦ ଫୁଟ୍‌ ଗଭୀର କୂଅକୁ ଡେଇଁପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। କୁକୁରକୁ ଦେଖି ଭୟଭୀତ ହୋଇ ଛାତ୍ରୀ ଜଣକ ନିଜକୁ ବଞ୍ଚାଇବା ପାଇଁ କୂଅ ଭିତରକୁ ଡେଇଁପଡ଼ିଥିଲେ।

ଘଟଣା ପରେ ଆଖପାଖରେ ଥିବା ଲୋକେ ତୁରନ୍ତ ସହାୟତା ପାଇଁ ଆଗେଇ ଆସିଥିଲେ। ପରେ ଉଦ୍ଧାରକାରୀ ଦଳର ସହାୟତାରେ ଛାତ୍ରୀଙ୍କୁ ୪୦ ଫୁଟ୍‌ ଗଭୀର କୂଅରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।

ଉଦ୍ଧାର ପରେ ଛାତ୍ରୀଙ୍କୁ ଆବଶ୍ୟକ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସମୟୋଚିତ ଉଦ୍ୟମ ଯୋଗୁଁ ଛାତ୍ରୀଙ୍କ ଜୀବନ ରକ୍ଷା ପାଇଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories