Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

DCP ଅଫିସରେ ଅମିତ ଶାହଙ୍କ ଫଟୋ ଦେଖି ରାହୁଲଙ୍କ ପ୍ରଶ୍ନ, ‘ଡିପାର୍ଟମେଣ୍ଟ କ’ଣ ଗୃହମନ୍ତ୍ରୀ ଚଳାଉଛନ୍ତି?’

ନୂଆଦିଲ୍ଲୀ:ପେଲେଟ୍‌ ଗନ୍‌ ମାମଲାରେ ଏଫଆଇଆର୍‌ ରୁଜୁ ଦାବିକୁ ନେଇ ଦିଲ୍ଲୀର DCP ଅଫିସରେ ପହଞ୍ଚିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ସମୟରେ ଅଫିସ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ଦେଖି ରାହୁଲ ପୁଲିସକୁ ଏକ ପ୍ରଶ୍ନ କରିଥିଲେ। ରାହୁଲ ପଚାରିଥିଲେ, “ଡିପାର୍ଟମେଣ୍ଟ କ’ଣ ଅମିତ ଶାହ ଚଳାଉଛନ୍ତି? ନହେଲେ ଏଠାରେ ତାଙ୍କ ଫଟୋ କାହିଁକି ଲାଗିଛି?” ଏହାକୁ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି |

ପେଲେଟ୍‌ ଗନ୍‌ରେ ଜଣେ ଯୁବକ ଆହତ ହୋଇଥିବା ଅଭିଯୋଗକୁ ନେଇ ରାହୁଲ ଗାନ୍ଧୀ ଏଫଆଇଆର୍‌ ରୁଜୁ କରିବା ଦାବି କରି DCP ଅଫିସରେ ପହଞ୍ଚିଥିଲେ। ତାଙ୍କ ଅଭିଯୋଗ ଥିଲା, ଘଟଣାରେ ଆହତ ଯୁବକଙ୍କ ପକ୍ଷରୁ ଅଭିଯୋଗ ଦିଆଯାଇଥିଲେ ମଧ୍ୟ ପୁଲିସ ତୁରନ୍ତ ମାମଲା ରୁଜୁ କରୁନଥିଲା। ଏହାକୁ ନେଇ ରାହୁଲ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏଫଆଇଆର୍‌ ରୁଜୁ କରିବାକୁ ଦାବି ଜଣାଇଥିଲେ।

ଅମିତ ଶାହଙ୍କ ଫଟୋକୁ ନେଇ ରାହୁଲଙ୍କ ପ୍ରଶ୍ନର ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପେଲେଟ୍‌ ଗନ୍‌ ମାମଲାରେ ଏଫଆଇଆର୍‌ ଓ ତଦନ୍ତର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories