Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଏମ୍‌କେରେ ଯୁବ ନେତୃତ୍ୱକୁ ଗୁରୁତ୍ୱ, ଦଳୀୟ ପଦବୀ ପାଇଁ ଧାର୍ଯ୍ୟ ହେଲା ନୂଆ ବୟସ ସୀମା

ଚେନ୍ନାଇ: ଚେନ୍ନାଇର ଆନ୍ନା ଆରିଭାଲୟମ୍‌ରେ ଅନୁଷ୍ଠିତ ଡିଏମ୍‌କେ କାର୍ଯ୍ୟକାରିଣୀ ବୈଠକରେ ଦଳର ସାଂଗଠନିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଅଣାଯାଇଛି। ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ନୂତନ ବୟସ ସୀମା ଧାର୍ଯ୍ୟ କରାଯିବା ସହ ଗୋଟିଏ ପଦରେ ସର୍ବାଧିକ ଦୁଇଟି ଟର୍ମ୍‌ ରହିବାର ନିୟମ ଲାଗୁ କରାଯାଇଛି। ଦଳରେ ନୂଆ ନେତୃତ୍ୱକୁ ସୁଯୋଗ ଦେବା ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଡିଏମ୍‌କେ କହିଛି।

ନୂଆ ନିୟମ ଅନୁସାରେ, ଶାଖା ପାର୍ଟି ସଚିବଙ୍କ ସର୍ବାଧିକ ବୟସ ୪୫ ବର୍ଷ ରଖାଯାଇଛି। ମ୍ୟୁନିସିପାଲିଟି, ସିଟି ଓ ଟାଉନ୍‌ ପଞ୍ଚାୟତ ୱାର୍ଡ କମିଟି ସଚିବଙ୍କ ପାଇଁ ବୟସ ସୀମା ୫୦ ବର୍ଷ ହୋଇଥିବା ବେଳେ ଟାଉନ୍‌ ପଞ୍ଚାୟତ ପାର୍ଟି ସଚିବ, ଏରିଆ କମିଟି ସଚିବ ଓ ସିଟି କମିଟି ସଚିବଙ୍କ ପାଇଁ ସୀମା ୬୦ ବର୍ଷ ରଖାଯାଇଛି। ଜିଲ୍ଲା ପାର୍ଟି ସଚିବ ପଦ ପାଇଁ ସର୍ବାଧିକ ବୟସ ସୀମା ୭୦ ବର୍ଷ ଧାର୍ଯ୍ୟ ହୋଇଛି।

ଏହାସହ ଏହି ସମସ୍ତ ପଦବୀରେ ନିର୍ବାଚିତ ବ୍ୟକ୍ତି ସର୍ବାଧିକ ଦୁଇଟି ଟର୍ମ୍‌ ଦାୟିତ୍ୱରେ ରହିପାରିବେ। ଡିଏମ୍‌କେ ସାଂସଦ ପି. ୱିଲସନ ଏହି ପରିବର୍ତ୍ତନକୁ ସ୍ୱାଗତ କରି ଏହାକୁ ଦଳର ଏକ ସକାରାତ୍ମକ ସାଂଗଠନିକ ସଂସ୍କାର ବୋଲି କହିଛନ୍ତି। ଏଥିସହ ଦଳର ସ୍ଥାନୀୟ ସାଂଗଠନିକ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବୃହତ୍‌ ଚେନ୍ନାଇ କର୍ପୋରେସନ୍‌ରେ ପ୍ରତି ଏରିଆ କମିଟିରେ ହାରାହାରି ୪୦ ହଜାର ଭୋଟର ଏବଂ ଅନ୍ୟ ମହାନଗର ନିଗମରେ ପ୍ରାୟ ୩୦ ହଜାର ଭୋଟରଙ୍କୁ ନେଇ କମିଟି ଗଠନ କରାଯିବାର ଯୋଜନା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories