Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକରେ ଆଇଏଏସ୍‌ ଅଧିକାରୀ ନିଖୋଜ! ଲାଷ୍ଟ ଲୋକେସନ୍‌ ଥିଲା ବିମାନବନ୍ଦର, KPSC ଦୁର୍ନୀତି ମାମଲା ସହ ଲିଙ୍କ୍‌ ନେଇ ଚର୍ଚ୍ଚା

କର୍ଣ୍ଣାଟକ: କର୍ଣ୍ଣାଟକର ୨୦୧୬ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଗଙ୍ଗୱାର ଗତ ଦୁଇ ଦିନ ଧରି ନିଖୋଜ ଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ଶିଳ୍ପ ଓ ବାଣିଜ୍ୟ ବିଭାଗରେ MSME ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ବେଳେ, ତାଙ୍କର ଶେଷ ଲୋକେସନ୍‌ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ମିଳିଥିବା ରାଜ୍ୟ ଗୃହମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ କହିଛନ୍ତି।

ସୂଚନା ଅନୁସାରେ, ଗଙ୍ଗୱାର ଅଗଷ୍ଟ ୨୦ରୁ ନିଖୋଜ ଅଛନ୍ତି ଏବଂ ସେ ଦିଲ୍ଲୀ ଯିବା ପାଇଁ ବିମାନ ଟିକେଟ୍‌ ବୁକ୍‌ କରିଥିବା ଜଣାପଡ଼ିଛି। ତାଙ୍କର ସମସ୍ତ ଯୋଗାଯୋଗ ମାଧ୍ୟମ ବନ୍ଦ ଥିବାରୁ ପରିବାର କିମ୍ବା ଅନ୍ୟ କେହି ଏପର୍ଯ୍ୟନ୍ତ ଔପଚାରିକ ଅଭିଯୋଗ ଦାଖଲ କରିନଥିବା ଗୃହମନ୍ତ୍ରୀ କହିଛନ୍ତି। ଗଙ୍ଗୱାର ପୂର୍ବରୁ କର୍ଣ୍ଣାଟକ ଲୋକସେବା ଆୟୋଗ (KPSC)ର ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ତାଙ୍କୁ ଏହି ପଦରୁ ହଟାଯାଇଥିଲା।

ଗଙ୍ଗୱାରଙ୍କ ନିଖୋଜ ଘଟଣାକୁ KPSCରେ କଥିତ ଦୁର୍ନୀତି ସହ ଯୋଡ଼ି ବିଭିନ୍ନ ଚର୍ଚ୍ଚା ହେଉଥିଲେ ମଧ୍ୟ, ଏହାର କୌଣସି ସରକାରୀ ପ୍ରମାଣ ମିଳିନାହିଁ। ଏହି ମଧ୍ୟରେ KPSC ଅଧ୍ୟକ୍ଷ ଶିବଶଙ୍କରପ୍ପା ଏସ୍‌. ସାହୁକାରଙ୍କୁ ନିଲମ୍ବନ କରିବା ଓ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ରାଜ୍ୟ କ୍ୟାବିନେଟ୍‌ ରାଜ୍ୟପାଳଙ୍କୁ ସୁପାରିସ କରିଛି। ନିଯୁକ୍ତି ପରୀକ୍ଷାରେ କଥିତ ଦୁର୍ନୀତି ଓ ଅନିୟମିତତା ନେଇ KPSC ଉପରେ ଅଭିଯୋଗ ରହିଛି। ଗଙ୍ଗୱାର କେଉଁଠାରେ ଅଛନ୍ତି, ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଥିବା ବେଳେ KPSC ସମ୍ପର୍କିତ ମାମଲାର ମଧ୍ୟ ତଦନ୍ତ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories