India-Pakistan Hockeyରେ ଖେଳାଳିଙ୍କ ମଧ୍ୟରେ High-Five, କିନ୍ତୁ Cricketରେ Handshake କାହିଁକି ନୁହେଁ? ଜୋର ଧରିଛି ଚର୍ଚ୍ଚା
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ସବୁବେଳେ କେବଳ କ୍ରୀଡ଼ାରେ ସୀମିତ ରହେ ନାହିଁ, ଦୁଇ ଦେଶର ରାଜନୈତିକ ସମ୍ପର୍କର ପ୍ରଭାବ ମଧ୍ୟ ଏହା ଉପରେ ପଡ଼ିଥାଏ। ଏହାରି ମଧ୍ୟରେ Hockey World Cup 2026ରେ ଭାରତ ଓ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମ୍ୟାଚ୍ ପୂର୍ବରୁ ହୋଇଥିବା High-Five ଏବେ ଚର୍ଚ୍ଚାର କାରଣ ହୋଇଛି। ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତା ଏହି ଘଟଣାକୁ ଉଦାହରଣ ଦେଇ ପ୍ରଶ୍ନ କରିଛନ୍ତି ଯେ, ହକିରେ ଦୁଇ ଦେଶର ଖେଳାଳି ପରସ୍ପରକୁ ସମ୍ମାନ ଜଣାଇପାରୁଥିବା ବେଳେ କ୍ରିକେଟ୍ରେ ସେହି ସ୍ପୋର୍ଟିଂ କର୍ଟେସି କାହିଁକି ଦେଖିବାକୁ ମିଳୁନାହିଁ?
ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା Hockey World Cup ମ୍ୟାଚ୍ ପୂର୍ବରୁ ଖେଳାଳିମାନେ ପାରମ୍ପରିକ Handshake ପରିବର୍ତ୍ତେ ପରସ୍ପରକୁ High-Five କରିଥିଲେ। ଏହା International Hockey Federationର ପ୍ରୋଟୋକଲ୍ ଅନୁସାରେ ହୋଇଥିଲା। ଏହି ଦୃଶ୍ୟର ଫଟୋ ଶେୟାର କରି ଶେଖର ଗୁପ୍ତା କହିଛନ୍ତି ଯେ, ଭାରତ-ପାକିସ୍ତାନ ହକି ରivalry କ୍ରିକେଟ୍ ଭଳି ହିଁ ପୁରୁଣା ଏବଂ ଅନେକ ସମୟରେ ଏହା ଆହୁରି ପ୍ରତିସ୍ପର୍ଦ୍ଧୀତାପୂର୍ଣ୍ଣ ରହିଛି। ତଥାପି ଦୁଇ ଦେଶର ଦଳର ଖେଳାଳିମାନେ ମ୍ୟାଚ୍ ପୂର୍ବରୁ ଏପରି ସ୍ପୋର୍ଟିଂ ଜେସ୍ଚର୍ ଦେଖାଇଛନ୍ତି।
ଅନ୍ୟପକ୍ଷରେ, ୨୦୨୫ ପରଠାରୁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ବିପକ୍ଷ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ରେ ପାରମ୍ପରିକ Handshake ଏଡ଼ାଇ ଆସିଛି। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ତୁଳନା ଆରମ୍ଭ ହୋଇଛି। ଶେଖର ଗୁପ୍ତାଙ୍କଙ୍କ କହିବା ଅନୁସାରେ, ଏହି ହକି ମ୍ୟାଚରୁ ପ୍ରମାଣିତ ହୋଇଛିଯେ, ଦୁଇ ଦେଶ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଥିଲେ ମଧ୍ୟ ଖେଳର ମର୍ଯ୍ୟାଦା ଓ ପରସ୍ପର ସମ୍ମାନ ବଜାୟ ରଖାଯାଇପାରେ। ଏହି ଚର୍ଚ୍ଚା ମଧ୍ୟରେ ହକି ମ୍ୟାଚ୍ରେ ଭାରତ ପାକିସ୍ତାନକୁ ୫-୩ ଗୋଲ୍ରେ ପରାସ୍ତ କରିଥିଲା।

