Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘Toxic’ Pre-Release Eventରେ ବଡ଼ ଅଘଟଣ, Sound ଓ Lighting System ଭୁଶୁଡ଼ି ୫ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ବିଶ୍ୱବିଦ୍ୟାଳୟରେ ଶନିବାର ସନ୍ଧ୍ୟାରେ ଆୟୋଜିତ ଅଭିନେତା Yashଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘Toxic’ର Pre-Release Eventରେ ଘଟିଛି ଅଘଟଣ। ଅଭିନେତା ୟଶଙ୍କୁ ଦେଖିବା ପାଇଁ ହଜାର ହଜାର ପ୍ରଶଂସକ ଏକାଠି ହୋଇଥିବା ବେଳେ ମଞ୍ଚ ନିକଟରେ ଲାଗିଥିବା Sound ଓ Lighting Systemର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଆହତ ହୋଇଛନ୍ତି।

ମଲ୍ଲା ରେଡ୍ଡୀ ୟୁନିଭର୍ସିଟିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ। ଭିଡ଼ ବଢ଼ିବାରୁ ପୁଲିସ ଲୋକଙ୍କୁ ମଞ୍ଚ ଠାରୁ ଦୂରେଇ ଯିବାକୁ ବାରମ୍ବାର ଅନୁରୋଧ କରୁଥିଲା। ଏହାସତ୍ତ୍ୱେ କିଛି ଯୁବକ ମଞ୍ଚ ନିକଟକୁ ଯାଇଥିବା ବେଳେ କେତେକ ଲୋକ କାର୍ଯ୍ୟକ୍ରମସ୍ଥଳରେ ଥିବା ଢାଞ୍ଚା ଉପରକୁ ମଧ୍ୟ ଚଢ଼ିଯାଇଥିବା ଭିଡିଓ ସାମ୍ନାକୁ ଆସିଛି। ୟଶ ମଞ୍ଚ ଉପରେ ଭାଷଣ ଦେଉଥିବା ସମୟରେ ହଠାତ୍‌ Sound ଓ Lighting Systemର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା।

ଘଟଣା ପରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ବିଶାଳ ଭିଡ଼ ମଧ୍ୟରେ ଏଭଳି ଅଘଟଣ ଘଟିବା ପରେ କାର୍ଯ୍ୟକ୍ରମର ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ