Ajit Doval visiting Bejing: ଚୀନ ଯିବେ ଅଜିତ ଡୋଭାଲ; LAC ସ୍ଥିତି ନେଇ Wang Yiଙ୍କ ସହ ହେବ ଆଲୋଚନା
ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ପ୍ରସଙ୍ଗକୁ ନେଇ ପୁଣିଥରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହେବ। ଭାରତର National Security Advisor (NSA) ଅଜିତ ଡୋଭାଲ ସୋମବାର ବେଜିଂ ଗସ୍ତ କରିବେ। ସେ ଚୀନ୍ର ବିଦେଶମନ୍ତ୍ରୀ ତଥା ସୀମା ପ୍ରସଙ୍ଗରେ ଚୀନ୍ର Special Representative Wang Yiଙ୍କ ସହ ଆଲୋଚନା କରିବେ। ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟରେ ସୀମାରେ ରହିଥିବା ସ୍ଥିତି ଓ ଭବିଷ୍ୟତରେ ଯେପରି କୌଣସି ନୂଆ ଉତ୍ତେଜନା ସୃଷ୍ଟି ନହୁଏ, ସେନେଇ ଗୁରୁତ୍ୱ ଦିଆଯିବ।
ଭାରତର Special Representative for Boundary Talks ଭାବେ ଡୋଭାଲ ଚୀନ୍ର Special Representative Wang Yiଙ୍କ ସହ Line of Actual Control (LAC)ର ସ୍ଥିତି ଉପରେ ଆଲୋଚନା କରିବେ। ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଦୁଇ ଦେଶ ମଧ୍ୟରେ ପୁଣି କୌଣସି ପ୍ରକାରର ସାମରିକ କିମ୍ବା କୂଟନୈତିକ ଉତ୍ତେଜନା ନ ବଢ଼ିବ, ତାହା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଡୋଭାଲଙ୍କ ଏହି ଗସ୍ତକୁ ଭାରତ-ଚୀନ୍ ସୀମା ଆଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
ବିଶେଷକରି, ଚୀନ୍ ରାଷ୍ଟ୍ରପତି Xi Jinpingଙ୍କ ଭାରତ ଗସ୍ତ ଓ BRICS Summitକୁ ନେଇ ଚର୍ଚ୍ଚା ଚାଲିଥିବା ସମୟରେ ଡୋଭାଲଙ୍କ ବେଜିଂ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଉଚ୍ଚସ୍ତରୀୟ ବୈଠକରେ LACରେ ଶାନ୍ତି ଓ ସ୍ଥିରତା, ସୀମା ପରିଚାଳନା ଏବଂ ଦୁଇ ଦେଶ ମଧ୍ୟରେ ନୂଆ ଉତ୍ତେଜନା ରୋକିବା ନେଇ ଆଲୋଚନା ହେବ।

