Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Chennai 2nd Airport Cancelled: ପରନ୍ଦୁର ବିମାନବନ୍ଦର ପ୍ରକଳ୍ପ କାହିଁକି ବାତିଲ କଲେ ବିଜୟ? ଜାଣନ୍ତୁ ପୂରା କାରଣ

ତାମିଲନାଡୁ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ପରନ୍ଦୁରରେ ପ୍ରସ୍ତାବିତ Chennai 2nd Airport ପ୍ରକଳ୍ପକୁ ବାତିଲ କରିଛନ୍ତି। ସ୍ଥାନୀୟ ଗ୍ରାମବାସୀ, ଚାଷୀ ଓ ପରିବେଶବିତ୍‌ଙ୍କ ଦୀର୍ଘଦିନର ବିରୋଧ ପରେ ଏହି ନିଷ୍ପତ୍ତି ଆସିଛି। ବିଜୟ କହିଛନ୍ତି, ବିମାନବନ୍ଦର ଶିଳ୍ପ ଓ ଆର୍ଥିକ ବିକାଶ ପାଇଁ ଜରୁରୀ, କିନ୍ତୁ ପରନ୍ଦୁରରେ ଏହା ନିର୍ମାଣ କରିବା ଗ୍ରହଣଯୋଗ୍ୟ ନୁହେଁ। ସରକାର ଏବେ ବିକଳ୍ପ ସ୍ଥାନ ଖୋଜିବା ସହ ବର୍ତ୍ତମାନର ଚେନ୍ନାଇ ବିମାନବନ୍ଦରର କ୍ଷମତା ବଢ଼ାଇବା ଉପରେ ଗୁରୁତ୍ୱ ଦେବେ ।

27,000 କୋଟି ଟଙ୍କା ପ୍ରୋଜେକ୍ଟ ଭାବେ ପରିକଳ୍ପିତ ଏହି ଗ୍ରୀନଫିଲଡ ଏୟାରପୋର୍ଟ ପାଇଁ ପ୍ରାୟ ୫,୩୬୯ ଏକର ଜମି ଅଧିଗ୍ରହଣ କରିବାର ଯୋଜନା ଥିଲା। ପ୍ରକଳ୍ପ ଅଞ୍ଚଳର ପ୍ରାୟ ୪୭.୬% ଜମି ଉର୍ବର ଓ ସେଚିତ କୃଷିଜମି ଥିବାବେଳେ ପ୍ରାୟ ୨୫% ଅଞ୍ଚଳ ହ୍ରଦ, କେନାଲ ଓ ଅନ୍ୟାନ୍ୟ ଜଳାଶୟରେ ରହିଥିଲା। ପ୍ରାୟ ୨୦ଟି ଗାଁର ଲୋକେ ୧,୦୦୦ ଦିନରୁ ଅଧିକ ସମୟ ଧରି ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରୁଥିଲେ। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାୟ ୧୩,୮୫୪ କୋଟି ଟଙ୍କା ଖର୍ଚ୍ଚ ହେବା ସହ ଶେଷରେ ବାର୍ଷିକ ୧୦ କୋଟି ଯାତ୍ରୀଙ୍କୁ ସମ୍ଭାଳିବାର କ୍ଷମତା ରଖିବାର ଯୋଜନା ଥିଲା।

ତେବେ ପରନ୍ଦୁର ପ୍ରକଳ୍ପ ବାତିଲ ହେଲେ ମଧ୍ୟ ଚେନ୍ନାଇର ବିମାନ ଯାତାୟାତ କ୍ଷମତା ବୃଦ୍ଧିର ଆବଶ୍ୟକତା ରହିଛି। ବର୍ତ୍ତମାନର Meenambakkam Airportକୁ ଅଧିକ ବିକଶିତ କରିବାର ଲକ୍ଷ୍ୟ ରହିଛି। ତଥାପି ଜମିର ଅଭାବ, ସହରୀୟ ଅଞ୍ଚଳରେ ଘେରା ରହିବା, peak-hour slot congestion, aircraft parking bayର ଅଭାବ ଓ ବଢ଼ୁଥିବା international cargo ଚାପ ଯୋଗୁଁ ବର୍ତ୍ତମାନ ବିମାନବନ୍ଦରକୁ ଆହୁରି ବଡ଼ କରିବାରେ ସୀମାବଦ୍ଧତା ରହିଛି। ତେଣୁ Chennai 2nd Airport ପାଇଁ ଏବେ ନୂଆ ସ୍ଥାନ ଖୋଜିବାକୁ ପଡ଼ିବ। ବିଜୟ ସରକାର ଏଭଳି ସ୍ଥାନ ଖୋଜୁଛନ୍ତି, ଯେଉଁଠାରେ ଉର୍ବର କୃଷିଜମି ଓ ଲୋକଙ୍କ ଘରବାଡ଼ିର କ୍ଷତି ସବୁଠାରୁ କମ୍‌ ହେବ। କିନ୍ତୁ ଅନ୍ୟପଟେ ପରନ୍ଦୁର ପ୍ରକଳ୍ପ ବାତିଲ ହେବା ନେଇ ବିରୋଧୀ ଦଳ DMK ଶାସକ ଦଳକୁ ଟାର୍ଗେଟ କରିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ