Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହ ପାଇଁ ସରିଥିଲା Lagna Dharana, ହଠାତ୍‌ ଯୁବତୀଙ୍କ ମୃତ୍ୟୁ; Udalaରେ ଚାଞ୍ଚଲ୍ୟ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଏନ୍‌ଏସି ୧୦ ନମ୍ବର ୱାର୍ଡରୁ ଜଣେ ଯୁବତୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଆଉ କିଛି ଦିନ ପରେ ତାଙ୍କ ବିବାହ ହେବାକୁ ଥିବା ବେଳେ ଘରେ ଏକାକୀ ଥିବା ସମୟରେ ଯୁବତୀ ଜଣକ ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି। ମୃତ ଯୁବତୀଙ୍କ ନାମ ଅମ୍ବିକା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଅମ୍ବିକାଙ୍କ ପରିବାର ପକ୍ଷରୁ ପ୍ରାୟ ଏକ ମାସ ପୂର୍ବରୁ ଲଗ୍ନଧରା ସମ୍ପନ୍ନ ହୋଇଥିଲା। ବିବାହ ପାଇଁ ପରିବାରରେ ପ୍ରସ୍ତୁତି ଚାଲିଥିବା ବେଳେ ସୋମବାର ଅମ୍ବିକାଙ୍କ ବାପା ସଞ୍ଜିତ କୁମାର ସାହୁ ନିଜ ପତ୍ନୀ ଓ ପୁଅଙ୍କ ସହ ମନ୍ଦିର ଯାଇଥିଲେ। ଘରେ ଅମ୍ବିକା ଏକାକୀ ଥିଲେ। ପରିବାର ଲୋକେ ମନ୍ଦିରରୁ ଫେରିବା ପରେ ଅମ୍ବିକାଙ୍କ ଘର କବାଟ ଭିତରପଟୁ ବନ୍ଦ ଥିବା ଦେଖିଥିଲେ। ବାରମ୍ବାର ଡାକିବା ସତ୍ତ୍ୱେ କୌଣସି ଉତ୍ତର ନମିଳିବାରୁ ସ୍କାଏଲାଇଟ୍‌ ଦେଇ ଭିତରକୁ ଦେଖିଥିଲେ। ସେଠାରେ ଅମ୍ବିକାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ।

ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦଳା ମେଡିକାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଲଗ୍ନଧରା ପରେ ସବୁକିଛି ସ୍ୱାଭାବିକ ଥିବା ସତ୍ତ୍ୱେ ଯୁବତୀ ଜଣକ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତାହା ଏବେ ରହସ୍ୟ ଘେରରେ। ଖବର ପାଇ ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ