ସଞ୍ଜୟ ଗାନ୍ଧୀ କଲୋନୀ ରେ ଘର ଭାଙ୍ଗି ଚୋରି ମାମଲା: ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ଦ୍ୱିତୀୟ ଅଭିଯୁକ୍ତ ଗିରଫ, ତାଠାରୁ ୧.୫୦ ଲକ୍ଷ ଟଙ୍କା ଉଦ୍ଧାର
ପାରଳାଖେମୁଣ୍ଡି:୨୪/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସଞ୍ଜୟ ଗାନ୍ଧୀ କଲୋନୀରେ ଘଟିଥିବା ଘର ଭାଙ୍ଗି ଚୋରି ଘଟଣା ସମ୍ପର୍କିତ. ମଡେଲ ପୋଲିସ ଷ୍ଟେସନ ପାରଳାଖେମୁଣ୍ଡି କେସ୍ ନଂ. ୩୨୭, ତା. ୦୮.୦୮.୨୦୨୬, ଦଫା ୩୩୧(୪)/୩୦୫(ଏ)/୩(୫) BNSର ଅଧିକ ତଦନ୍ତ କ୍ରମେ ପୋଲିସ ଆଜି ଏହି ମାମଲାର ଦ୍ୱିତୀୟ ଅଭିଯୁକ୍ତ ମାଲାଗାମୁ ଗଣପତି (୨୩), ପିତା-ମାଲାଗାମୁ ରାମୁ, ସଞ୍ଜୟ ଗାନ୍ଧୀ କଲୋନୀ, ପାରଳାଖେମୁଣ୍ଡିଙ୍କୁ ଗିରଫ କରି ତାଙ୍କ ନିକଟରୁ ଚୋରି ସମ୍ପତ୍ତି ସହ ସମ୍ପୃକ୍ତ ନଗଦ Rs. ୧,୫୦,୦୦୦/- ଉଦ୍ଧାର ଓ ଜବତ କରିଛି। ପୂର୍ବରୁ ଅଭିଯୁକ୍ତ ସରବାସୁଧି କୁମାର ସ୍ୱାମୀ (୩୦) ଙ୍କୁ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା ଅଞ୍ଚଳରୁ ଗିରଫ କରାଯାଇ ତାଙ୍କ ଠାରୁ ସୁନା ଅଳଙ୍କାର, ରୂପା ସାମଗ୍ରୀ, ନଗଦ/ବିକ୍ରିଲବ୍ଧ ଟଙ୍କା ଏବଂ ଗୋଟିଏ ମୋବାଇଲ ଫୋନ୍ ସମେତ ପ୍ରାୟ Rs. ୧୪,୭୬,୫୦୦/- ମୂଲ୍ୟର ସମ୍ପତ୍ତି ଉଦ୍ଧାର ଓ ଜବତ କରାଯାଇଥିଲା। ବର୍ତ୍ତମାନର ଉଦ୍ଧାରକୁ ମିଶାଇ ଏହି ମାମଲାରେ ଏପର୍ଯ୍ୟନ୍ତ ପ୍ରାୟ Rs. ୧୬,୨୬,୫୦୦/- ମୂଲ୍ୟର ସମ୍ପତ୍ତି ଉଦ୍ଧାର ହୋଇଛି। ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଗିରଫ ଅଭିଯୁକ୍ତ ମାଲାଗାମୁ ଗଣପତି ଙ୍କୁ ମାନ୍ୟବର ଅଦାଲତକୁ ଚାଲାଣ କରାଯାଉଛି । ଅବଶିଷ୍ଟ ଚୋରି ସମ୍ପତ୍ତି ଉଦ୍ଧାର ଏବଂ ଏହି ଘଟଣାରେ ଅନ୍ୟ କୌଣସି ସହଯୋଗୀଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେ ସମ୍ପର୍କରେ ତଦନ୍ତ ଜାରି ରହିଛି।

