Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Manipur Hunter Accident: ଜଙ୍ଗଲରେ ବନ୍ଧୁଙ୍କୁ Wild Animal ଭାବି ଗୁଳି, ଶିକାରୀଙ୍କ ଗୁଳିରେ ୬୦ ବର୍ଷୀୟଙ୍କ ମୃତ୍ୟୁ

ମଣିପୁର: ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଶିକାର ସମୟରେ ଏକ ଦୁଃଖଦ ଘଟଣା ଘଟିଛି। ଜଙ୍ଗଲରେ ଜଣେ ଶିକାରୀ ନିଜ ସହଯୋଗୀଙ୍କୁ ବନ୍ୟଜନ୍ତୁ ଭାବି ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ୬୦ ବର୍ଷୀୟ ଗିଙ୍ଖାନସୁଆନ ଗୁଇଟେଙ୍କ ମୃତ୍ୟୁ ଘଟିଛି। ସୋମବାର ମୁଆଲନୁଆମ ଅଞ୍ଚଳରେ ଏହି ଘଟଣା ଘଟିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ମୃତକ ଗିଙ୍ଖାନସୁଆନ ଗୁଇଟେ ଏବଂ ଅଭିଯୁକ୍ତ ଶିକାରୀ ମୁଆଲନୁଆମ ଗାଁ ଅଧୀନ କାୱଲତୁଙ୍ଗ ଅଞ୍ଚଳର ଜଙ୍ଗଲକୁ ଏକାଠି ଶିକାର କରିବାକୁ ଯାଇଥିଲେ। କିଛି ସମୟ ପରେ ଉଭୟ ଅଲଗା ହୋଇଯାଇଥିଲେ। ଜଙ୍ଗଲ ଭିତରେ ଥିବା ବେଳେ ଅଭିଯୁକ୍ତ ଦୂରରୁ ଗିଙ୍ଖାନସୁଆନଙ୍କୁ ଏକ ବନ୍ୟଜନ୍ତୁ ବୋଲି ଭୁଲ୍‌ରେ ଭାବି ଗୁଳି ଚଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଘଟଣା ପରେ ଅଭିଯୁକ୍ତ ନିଜେ ଗାଁ ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଖବର ପାଇବା ପରେ ଗ୍ରାମବାସୀ ଜଙ୍ଗଲକୁ ଯାଇ ଗିଙ୍ଖାନସୁଆନଙ୍କ ମୃତଦେହ ଉଦ୍ଧାର କରିଥିଲେ। ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଗୁଳିକାଣ୍ଡର ପ୍ରକୃତ ପରିସ୍ଥିତି ଓ ଦାୟିତ୍ୱ ନିର୍ଦ୍ଧାରଣ ପାଇଁ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ