Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kangana-Ramdev Baba Controversy: ମହିଳାଙ୍କୁ ନେଇ ମନ୍ତବ୍ୟ ପାଇଁ ବାବା ରାମଦେବଙ୍କୁ ଟାର୍ଗେଟ୍ କଲେ କଙ୍ଗନା

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ମନ୍ତବ୍ୟକୁ ନେଇ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ପୁଣିଥରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ମହିଳାଙ୍କୁ ନେଇ ରାମଦେବଙ୍କ ମନ୍ତବ୍ୟ ଶାଳୀନତାର ସମସ୍ତ ସୀମା ଟପିଯାଇଛି ବୋଲି କଙ୍ଗନା ଅଭିଯୋଗ କରିଛନ୍ତି। ଏଭଳି ମନ୍ତବ୍ୟ ଉପରେ ରାମଦେବଙ୍କୁ ନିଜ ଦୃଷ୍ଟିକୋଣରେ ପୁନର୍ବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି ବିବାଦର ମୂଳ ଜଣ୍ଟର ମଣ୍ଟରରେ ଆନ୍ଦୋଳନକାରୀଙ୍କୁ ସମାଲୋଚନା କରି କଙ୍ଗନାଙ୍କ ‘Generation Gutter’ ମନ୍ତବ୍ୟ ସହ ଜଡ଼ିତ। ତାଙ୍କ ଏହି ମନ୍ତବ୍ୟକୁ ନେଇ ମନୋରଞ୍ଜନ ଜଗତ ସମେତ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଥିଲା। ପରେ ବାବା ରାମଦେବ ମଧ୍ୟ କଙ୍ଗନାଙ୍କ ମନ୍ତବ୍ୟକୁ ସାର୍ବଜନୀନ ଭାବେ ବିରୋଧ କରିବା ପରେ ଉଭୟଙ୍କ ମଧ୍ୟରେ ବୟାନବାଜି ତୀବ୍ର ହୋଇଛି।

କଙ୍ଗନା ଏହାପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ ରାମଦେବଙ୍କୁ କଟାକ୍ଷ କରି ନିଜ ଚରିତ୍ରକୁ ନେଇ ମନ୍ତବ୍ୟ ନଦେବାକୁ କହିଥିଲେ। ଅନ୍ୟପକ୍ଷରେ ରାମଦେବ କହିଛନ୍ତି ଯେ, ଦେଶବାସୀ ସ୍ୱାମୀ ରାମଦେବଙ୍କ ପରିଚୟ ଓ ତାଙ୍କ ଅବଦାନ ବିଷୟରେ ଜାଣନ୍ତି, ତେଣୁ ସେ ଏଭଳି ବ୍ୟକ୍ତିତ୍ୱଙ୍କ ବିଷୟରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହାନ୍ତି। ଏହି ବିବାଦ ମଧ୍ୟରେ ୨୦୨୪ରେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନ ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନକରିବା ପାଇଁ ରାମଦେବ ଓ ତାଙ୍କ ସହଯୋଗୀ ବାଳକୃଷ୍ଣ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ