PAUL India: ପେଷ୍ଟ୍ରିରେ ଜୀଅନ୍ତା ପୋକ ଥିବା ଅଭିଯୋଗ, ଭିଡିଓ ଭାଇରାଲ୍ ପରେ Food Safety ଓ Hygieneକୁ ନେଇ ପ୍ରଶ୍ନ
ପୁନେ: ପ୍ରସିଦ୍ଧ କାଫେ-ବେକେରୀ ବ୍ରାଣ୍ଡ PAUL Indiaର ଖାଦ୍ୟର ଗୁଣବତ୍ତା ଓ Food Safetyକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ପୁଣେର ଫିନିକ୍ସ ମଲ୍, ଭିମାନ ନଗରସ୍ଥିତ PAUL ଆଉଟଲେଟ୍ରୁ କିଛି ମାସ ପୂର୍ବରୁ ଟେକ୍ଆୱେ ନେଇଥିବା ଜଣେ ବ୍ୟକ୍ତି ପେଷ୍ଟ୍ରି ଭିତରେ ଜୀଅନ୍ତା ପୋକ ଥିବା ଦାବି କରିଛନ୍ତି। ଭିନୋଦ ଟିଲେକର ନାମକ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିବା ବେଳେ, ସେଥିରେ ପେଷ୍ଟ୍ରି ଭିତରେ ଏକ ପୋକ ଚାଲୁଥିବା ଦେଖାଯାଉଥିବା ଦାବି କରାଯାଇଛି। ଏହି ଅଭିଯୋଗ ନେଇ ପୁଣେ ଆଉଟଲେଟ୍ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଏହା ପୂର୍ବରୁ ଗୁରୁଗ୍ରାମର ଏକ PAUL ଆଉଟଲେଟ୍କୁ ନେଇ ମଧ୍ୟ ସମାନ ଅଭିଯୋଗ ସାମ୍ନାକୁ ଆସିଥିଲା। ଅଗଷ୍ଟ ୨୧ରେ ସୁଲଭ ମାଥୁର ତାଙ୍କ ବନ୍ଧୁମାନଙ୍କ ସହ ଗୁରୁଗ୍ରାମର One Horizon Centreସ୍ଥିତ ଆଉଟଲେଟ୍କୁ ଯାଇଥିଲେ। ସେମାନେ ଅନେକ ଖାଦ୍ୟ ଅର୍ଡର କରିଥିବା ବେଳେ, ଏକ ସ୍ୟାଣ୍ଡୱିଚ୍ର ଅଧା ଖାଇବା ପରେ ବ୍ରେଡ୍ ଭିତରେ ଜୀଅନ୍ତା ପୋକ ଦେଖିଥିବା ସେ ଦାବି କରିଥିଲେ। ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ପରେ PAUL India ପକ୍ଷରୁ Food Safety, Hygiene ଓ Quality Standardsକୁ ଗୁରୁତ୍ୱ ଦିଆଯାଉଥିବା ନେଇ ବୟାନ ଜାରି କରାଯାଇଥିଲା।
ଗୁରୁଗ୍ରାମ ଘଟଣା ପରେ ଏବେ ପୁଣେରୁ ସମାନ ଅଭିଯୋଗ ଆସିବାରୁ PAUL Indiaର Food Quality ଓ Hygiene ବ୍ୟବସ୍ଥାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପୁଣେ ଘଟଣାର ଅଭିଯୋଗ ସମ୍ପର୍କରେ ବ୍ରାଣ୍ଡ ପକ୍ଷରୁ ଆଧିକାରିକ ସ୍ପଷ୍ଟୀକରଣ ଏଯାଏଁ ମିଳିନାହିଁ। ୧୮୮୯ରେ ଫ୍ରାନ୍ସରେ ପ୍ରତିଷ୍ଠିତ PAUL ଏକ ଅନ୍ତର୍ଜାତୀୟ Cafe and Bakery Chain ଏବଂ ୪୫ରୁ ଅଧିକ ଦେଶରେ ଏହାର ଉପସ୍ଥିତି ରହିଛି। ଏଭଳି ଅଭିଯୋଗ ମଧ୍ୟରେ ଖାଦ୍ୟର ଗୁଣବତ୍ତା, ସ୍ୱଚ୍ଛତା ଓ Food Safety ମାନକ ନେଇ ଗ୍ରାହକଙ୍କ ଚିନ୍ତା ବଢ଼ିଛି

