Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Job Scam: ବ୍ରହ୍ମପୁରରେ ଦେଢ଼ କୋଟିର ଚାକିରି ଠକେଇ, ସ୍ୱାମୀ-ସ୍ତ୍ରୀ ମାଷ୍ଟରମାଇଣ୍ଡ ସମେତ ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ସରକାରୀ ଚାକିରି ଦେବା ନାଁରେ ଚାଲିଥିବା ବଡ଼ଧରଣର ଠକେଇ ରାକେଟର ପର୍ଦ୍ଦାଫାସ ହୋଇଛି। ପ୍ରାୟ ଦେଢ଼ କୋଟି ଟଙ୍କାର ଏହି ଠକେଇ ମାମଲାରେ ବୈଦ୍ୟନାଥପୁର ପୁଲିସ ସ୍ୱାମୀ-ସ୍ତ୍ରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଏହି ରାକେଟରେ ଆଉ କେତେଜଣ ସାମିଲ ଅଛନ୍ତି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

ପୁଲିସ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଜଗଦୀଶ କୁମାର ବେହେରା ଓ ତାଙ୍କ ସହଯୋଗୀମାନେ ବେକାର ଯୁବକ-ଯୁବତୀଙ୍କୁ ବିଭିନ୍ନ ସରକାରୀ ବିଭାଗରେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ମୋଟା ଅଙ୍କର ଟଙ୍କା ନେଉଥିଲେ। ଚାକିରି ଆଶାରେ ଟଙ୍କା ଦେଇଥିବା ପ୍ରାର୍ଥୀଙ୍କ ମୂଳ ଶିକ୍ଷାଗତ ପ୍ରମାଣପତ୍ର ମଧ୍ୟ ଅଭିଯୁକ୍ତମାନେ ନିଜ ପାଖରେ ରଖିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ପୁଲିସ ଚଢ଼ଉ କରି ବିଭିନ୍ନ ସଂସ୍ଥାର ନକଲି ନିଯୁକ୍ତିପତ୍ର, ଟଙ୍କା ନେଣଦେଣର ରସିଦ ଏବଂ ଅନଲାଇନ୍ ଟ୍ରାନ୍ସଫରର ରେକର୍ଡ ଜବତ କରିଛି। ଗିରଫ ୫ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟଚାଲାଣ କରିଛି। ଏହି ଠକେଇ ରାକେଟରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ ଆହୁରି କେତେଜଣ ଏହାର ଶିକାର ହୋଇଛନ୍ତି, ସେନେଇ ଅଧିକ ଖୋଳତାଡ଼ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ